ଗୁଡ ନାଇଟ୍
ଗୁଡ ନାଇଟ୍
ତୋର କଣ ବିଶ୍ୱାସ ହୁଏ ନା,
ଏ ପାଗଳ ସମର୍ପି ଦେଇଛି
ପାପ ପୁଣ୍ୟର ହିସାବ କିତାବକୁ ଖାତିର ନ କରି
ଏବେ ତ ଫେରିବା ନୁହେଁ ସମ୍ଭବ
ଲେଉଟିବା ପ୍ରତାରଣା ପ୍ରାୟ
ନିଃଶ୍ୱାସ ପ୍ରଶ୍ୱlସରେ ତୋରି ମହକ
ତୋ ବିନା ବଞ୍ଚିବା ଯେ ଏବେ ଦୁଷ୍କର!!
ତୋର କଣ ବିଶ୍ୱାସ ହୁଏ ନା,
ତମାମ ରାତି ମୋର ଜାଗର ,
ମୋବାଇଲରେ
"ଶୋଇ ପଡିଲଣି କି"??
ଏତିକି ଶୁଣିବାକୁ ଆଉ ଦେଖିବାକୁ
ପ୍ରହର ପରେ ପ୍ରହର,
ବଇରୀ ତ ସାଜିଲେଣି
କ୍ଷଣ ପ୍ରତିକ୍ଷଣ
ହେଇ ଦେଖୁନ,
ଏ ମୁହୂର୍ତ୍ତ କେମିତି ଦାଉ ସାଧୁଛି
କଟିବାର ନାଆଁ ନେଉ ନି,
ମାେ ମୋବାଇଲରେ,
"କଲ୍" କି "ଗୁଡ୍ ନାଇଟ" ବାର୍ତ୍ତା ବି ଆସୁନି !!