STORYMIRROR

Debaki Behera

Abstract

3  

Debaki Behera

Abstract

ଅନୁତାପ

ଅନୁତାପ

1 min
326


ଜୀବନର ଚଲା ବାଟେ ସାଥି ହୋଇ ଆସିଥିଲୁ,

ଦିଦିନର ସମ୍ପର୍କକୁ ମୁହଁ ମୋଡି ଚାଲିଗଲୁ। 

ମାଗିନାହିଁ ଜହ୍ନ ତାରା ସରଗର ଫୁଲ

କେଉଁ ଅପରାଧେ କରି ସୁଝିଲି ତା ମୁଲ। 

ସମ୍ପର୍କର ସେତୁ ଗଢା ହୁଏ ବିଶ୍ବାସରେ

ବିଶ୍ବାସର ସେତୁ ତାକୁ ଭାଙ୍ଗି କେ ନ ପାରେ। 

ତୁହି ଗଢି ତୁହି ଭାଙ୍ଗି ପାଇଲୁ କି ଯଶ

ବେଦରଦୀ ମନେ କିବା ନାହିଁ ଅବଶୋଷ। 

ଥରୁଟିଏ ବୁଲି ଚାହିଁ ଦେଖିଯା ତୁ ଆସି

ବିନା ଦୋଷେ କାହିଁ ମୋତେ କରି ଦେଲୁ ଦୋଷି।

ତୁମ ବିନୁ ଜୀବନରେ ଲାଗେ ସବୁ ଅଧୁରା

ଶରୀରଟେ ଥାଇ ମଧ୍ୟ ପ୍ରାଣ ପକ୍ଷୀ ବିଚରା।

ଜୀବନ ବିନା ଜୀବନର ନାହିଁ କେହି ଆଶେର

ତୁମେ ମୋରୋ ବଞ୍ଚିବାର ଏକମାତ୍ର ସାହାରା।

ତୋ ସ୍ମୃତିରେ କଷ୍ଟ ଅଛି ଜାଣେ ମନ ବିଚରା

ହେଲେ ଜମା ବୁଝୁନାହି ସ୍ବପ୍ନ ଦେଖେ ନିଆରା।

ଦେଇଥିଲୁ ଯେଉଁ ପ୍ରେମ ଭୁଲିବିନି କେବେବି

ସବୁ କିଛି ମନେ ଅଛି ଭୁଲି ନାହିଁ କିଛିବି।

ଜୀବନରେ ଯଦି କେବେ କରିଥାଏ ପାପ

(ତୋତେ)ଭଲପାଇ ଭୂଲ୍ କଲି କରେ ଅନୁତାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract