ଅନୁତାପ
ଅନୁତାପ
ନିରବତା ଆଜି ଆଲିଙ୍ଗନ କରିଛି ଅନୁତାପର ଲୋତକ
ଆଖି ଆଜି କ୍ଲାନ୍ତ ଲୋତକର ଅବିଶ୍ରାନ୍ତ ବର୍ଷା କରି କରି
ମାତ୍ର ; ଅନ୍ୱେଷଣ କେବଳ ଅନ୍ୱେଷଣ
ହୃଦୟ ମଧ୍ୟରେ କାଠୋରତାର ବଜ୍ରାଘାତ
ଆଉ ପଛକୁ ନ ଫେରିବାର ଅସହାୟତା
ସବୁ କିଛି ନିଜ ହାତରେ ଧ୍ୱଂସ କରିସାରିଲାପରେ
ପୁନର୍ବାର ନୀଡ ରଚନାର ଆଶା ଯେମିତି ଏକ ବୃଥା ଆସ୍ଫାଳନ !
କାହିଁକି ବୁଝିପାରିଲିନି, କାହିଁକି ହୃଦୟେ ତେଜିଲାନି ଆତ୍ମସଚେତନତା
ହେମହରିଣୀ ପଛରେ ଏକ ନିରୀହ ଆତ୍ମା ପରି ଧାଇଁ ଧାଇଁ
ଶେଷରେ ହାରିଗଲି ଜୀବନର ବାସ୍ତବ ଯୁଦ୍ଧରେ
ଯାହାକି ଥିଲା ଏକ ଦୂରୀଭୂତ ଚେଷ୍ଟା ଅକାରଣ
ଜୀବନ ପାଲଟିଗଲା ଏକ ଖଣ୍ଡିତ ମନ୍ଦିର
ହୃଦୟର ପର୍ଣ୍ଣ କୁଟୀରରେ କେବଳ ନିରବ ବିଦ୍ରୋହ
ଆଉ ଅନୁତାପର ଘନଘୋର ନାଦ
ଲୁହ ପାଲଟିଛି ମୋର ପ୍ରାପ୍ୟ, ଘୃଣା ମୋର ପାଉଣା
କପାଳେ କର ମାରିବା ଛଡା ନାହିଁ ମୋର ଗତ୍ୟନ୍ତର |