Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଅନୁତାପ

ଅନୁତାପ

1 min
224



କରୁଥିବା ଭୁଲ କର୍ମର ଶୋଚନା

ଅଟଇ ଟି ଅନୁତାପ,

ତାହା ଶ୍ରେଷ୍ଠ ଶାସ୍ତି ଭାବେ ଜୀବନରେ

ଲିଭାଇଥାଏ ସନ୍ତାପ ।

ପ୍ରତ୍ୟେକ ମଣିଷ ଅନ୍ତର୍ଜ୍ୱାଳା ସେତ

ଭିତର କରେ ବିଦୀର୍ଣ୍ଣ,

ତାର ଆଗମନେ ମାନସ ମନ୍ଥନେ

ଦୁଃଖେ ଭରିଯାଏ ମନ ।

ତା'ର ଦାବାଗ୍ନିରେ ଦଗ୍ଧିଭୂତ ପ୍ରାଣ

ବିକଳେ କାନ୍ଦି ଉଠଇ,

ନୟନୁ ଲୋତକଧାର ବୁହାଇଣ

ଆତ୍ମାରେ ତୃପ୍ତି ଭରଇ ।

ବିଶୋଧିତ କରି ହୃଦୟକୁ ସେତ

ଚେତନା ଜାଗ୍ରତ କରେ,

ଅବାଟରେ ମନ ଧାଇଁ ଯାଉଥିଲେ

ଭିଡ଼ି ଓଟାରି ଆଣେ ରେ ।

ସିଏ ତ ଅଟଇ ଜୀବନ ପ୍ରଦୀପ

ଠିକ୍ ପଥେ ନେଇ ଯାଏ,

ଠିକ୍ ଭୁଲର ବିଚାର ବୋଧରେ

ମନକୁ ସଜାଡ଼ି ଦିଏ ।

ଅନୁତାପ ନାହିଁ ଯାହାର ହୃଦୟେ

ମାନବେ ଗଣା ନୁହଁଇ,

ଅସଜଡା ହୋଇ ରହେ ତା' ଜୀବନ

ଗର୍ବ ଅହଂକାର ପାଇଁ ।

ଅନୁତାପ ପରେ ପୁଣି ସେହି ଭୁଲ

ଯେ ମଣିଷ କରିଥାଏ,

ଆତ୍ମ ସଂଯମତା ନାହିଁ ବୋଲି ତା'ର

ସେଥୁ ବୁଝା ପଡିଥାଏ ।

ଅନୁତାପେ ଯିଏ ଶୋଧନ ହୁଅଇ

ତା'ର ଅଗ୍ରଗତି ହୁଏ,

ଚତୁଃପାର୍ଶ୍ୱେ ଖୁସି ବାଣ୍ଟି ଦେଇ ସେତ

ନିଜେ ବି ଖୁସିରେ ରହେ ।



Rate this content
Log in

Similar oriya poem from Inspirational