ଅନୁତାପ
ଅନୁତାପ
ଭୁଲ କରି ଅନୁତାପ ଅଗ୍ନିସ୍ନାନ ଯେବେ,
ଜ୍ୟୋତିର୍ମୟ ହୃଦପଦ୍ମ ଫୁଟିଉଠେ ତେବେ |୧|
ଦିବ୍ୟଜ୍ୟୋତି ନିରିମଳ ନିରଳସ ମନ,
ଧୋଇଗଲା ଅନୁତାପ ପବିତ୍ରତା ଘନ |୨|
ଦୟା କ୍ଷମା ସଦଗୁଣ ଉଦ୍ଭାସିତ ହୁଏ,
ଭୁଲକରି ସଂଶୋଧନ କରୁଥାଏ ଯିଏ |୩|
ପଦେପଦେ ପରୀକ୍ଷାରେ ଉତ୍ତୀର୍ଣ୍ଣ ସେ ହୁଏ,
ଆଉ ଥରେ ସେହି ଭୁଲ ବାରମ୍ବାର ନୁହେଁ |୪|
ସମୟର ମହାସ୍ରୋତେ ବହିଯାଏ ସେହି ,
ବାରମ୍ବାର ଅନୁତାପ କରିବାର ନାହିଁ |୫|
ଥରକରେ ଅନୁତାପ କରିବାର ପରେ,
ଆଉଥରେ ସେହି ଭୁଲ କରିଗଲେ ମରେ |୬|
ମଧୁମୟ ମଧୁଗୀତି ଗାଉଥାଏ ଯିଏ,
ଅନୁତାପ ମଧୁପ୍ରୀତି ପାଉଥାଏ ସିଏ |୭|
