STORYMIRROR

ସନାତନ ଦାସ

Inspirational Others

2  

ସନାତନ ଦାସ

Inspirational Others

ଅନୁତାପ

ଅନୁତାପ

1 min
30

କାହାକୁ କହିବି କିଏ ବା ଶୁଣିବ କରୁଅଛି ଅନୁତାପ,

ସ୍ୱାର୍ଥରେ ଅନ୍ଧ ହୋଇଗଲି ମୁଁ କରି ଚାଲିଥିଲି ପାପ..!!


ସମୟ ଚକରେ ପଡ଼ିଗଲି ଯେବେ ଆପେ ଆପେ ଜାଣିଗଲି,

ଗର୍ବ ଅହଙ୍କାର ସବୁ ନେଇଯାଏ ନିଜ ବିବେକକୁ ଚୋଟେ ହାଣି..!!


ଗୋଟି ଗୋଟି କରି ସବୁ ଚାଲିଗଲେ କରିଦେଇ ମୋତେ ଏକା,

ସାହାରା ପାଇଁ ମୁଁ ହାତ ବଢାଇଲେ ମାରିଲେ ପଥର ଟେକା..!!


ଦଗ୍ଧ ବିଗ୍ଧଦିତ ଆଜି ମୁଁ ହେଲି ଅନୁତାପ ର ନିଆଁ ରେ,

ଜଳି ଜଳି ଦିନେ ପାଉଁସ ହୋଇବି କ୍ଷଣିକ ଏ ଦୁନିଆଁ ରେ!!


କର ନାହିଁ କିଛି ଏମିତି କାମ ମନେ ନିଅ ଦୃଢ଼ ଶପଥ,

ଭଲ ମଣିଷ ଟେ ଏବେଠୁ ନହେଲେ କରୁଥିବ ଅନୁତାପ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational