Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Inspirational Others

3  

Anita Dash

Inspirational Others

ଅନୁତାପ

ଅନୁତାପ

1 min
230



କରମରୁ ବେଶୀ ଲୋଡିବାର ଆଶା,

ଇନ୍ଦ୍ରିୟର ସୁଖ ପାଇଁ ,

ମଣିଷର ମନ ଅନାୟାସେ ହୁଏ

ମନ୍ଦ କରମରେ ବାଇ । [୧]


ଅଧିକ ଭୌତିକ ସୁଖର ସାଧନ

ଠୁଳ କରେ ପାପଧନ,

ବିଷୟ ରସରେ ବିଜଡିତ ପ୍ରାଣ

ଏଡ଼େ ବିବେକ ଆହ୍ୱାନ। [୨]


ପାପ ସହ ନରକର ପ୍ରଣୟଟି

ଶୁଭ ପରିଣୟ ହୁଏ ,

ଯେତେଦିନ ଯାଏଁ ଅନୁତପ୍ତ ମନ

ବିଚ୍ଛେଦ ନ ଲୋଡିଥାଏ । [୩]


ନିଜ ଦୋଷ ଦେଖି , ଅନ୍ତରକୁ ବୁଝି,

ମନ୍ଦ କର୍ମେ ଦୁଃଖୀ ହୋଇ ,

ଲଜ୍ଜିତ, ଘୃଣିତ, ଅନୁତପ୍ତ-ମନ

ବିବେକ ଦିଏ ଜଗାଇ। [୪]


ପ୍ରାଣୀର ହୃଦୟେ ପଶ୍ଚାତାପ କେବେ

ଏକାନ୍ତ ଆସେ ନାହିଁ ,

ଈଶ୍ବର ବିଶ୍ୱାସ, ବିବେକର ବାସ,

ସାଥେ ରହେ ସାଥିହୋଇ । [୫]


ପଶ୍ଚାତାପ ଚାବି ଖୋଲି ଦେଇଯାଏ

ଅନ୍ତର୍ମନ ଅପରାଧୀ ,

ଦୃଢ଼ମନା ହୋଇ ବିରାଗୀ ମନୁଷ୍ୟ

କରିଥାଏ ଆତ୍ମ ଶୁଦ୍ଧି । [୬]


ଅନୁତାପ ଅନଳରେ ମନ-ସୁନା

ଜଳିକି ଝଟକି ଥାଏ ,

ଉଜ୍ଜ୍ୱଳ ମନରେ ସୁନ୍ଦର କରମ

ଜୀବନକୁ ଝଲସାଏ । [୭]


ଅନୁତାପ ନୁହେଁ ସମ୍ୟକ ଚିନ୍ତନ

ଅଳିକ ଜୀବନ ଧାରା ,

ମନ ହୃଦୟରେ ପରିବର୍ତ୍ତନରେ

ନିୟମିତ ଦିବ୍ୟଧାରା। [୮]


ଅତୀତକୁ ଭୂଲି, ଅନୁଭୂତିଠାରୁ

ଅନୁଭବ ଜ୍ଞାନ ନେଇ,

ସତ୍ୟ-ଶାନ୍ତି-ନ୍ୟାୟ,ସନ୍ମାର୍ଗରେ ଚାଲି

ଜୀବନକୁ ଯିବା ଜୀଇଁ। [୯]


Rate this content
Log in

Similar oriya poem from Inspirational