Narayan Sethi

Abstract Tragedy Inspirational

3  

Narayan Sethi

Abstract Tragedy Inspirational

ଅନୁତାପ

ଅନୁତାପ

1 min
294


ତତେ ଭୁଲ ବୁଝିଥିଲି,

ଆଉ ତତେ ଅବିଶ୍ୱାସ ବି କଲି

ତୋ'ଠୁ ବହୁତ ଦୂରକୁ ବି ଚାଲିଗଲି

କିନ୍ତୁ ତୁ ଯେମିତି ଥିଲୁ ସେମିତି ଅଛୁ,

ଆଉ ମୁଁ କାନ୍ଦୁଛି କାରଣ

ମୁଁ ....….....

ତତେ ଆରମ୍ଭ ରୁ ବୁଝିନଥିଲି

କି ତତେ ଭରସା କରିନଥିଲି

ଆଜି ବୁଝୁଛି .......

ସେଇ ତୋର ମିଠା ମିଠା କଥା

ଆଉ ମନେପଡୁଛି ......।

ତୋର ସବୁ ଦେଖାଇଥିବା ପ୍ରତିଟି ରାସ୍ତା

କିନ୍ତୁ ଆଜି ମୁଁ ସମ୍ପୁର୍ଣ୍ଣ ଏକୁଟିଆ

ଆଉ ଅସହାୟ ଅବସ୍ଥାରେ

ଖୁବ ଖୋଜୁଛି, ବହୁତ ଚେଷ୍ଟା କରୁଛି କିନ୍ତୁ

ଆଉ ନୁହଁ ........

ତତେ କି ତୋ ଛାଇ ବି ମୁଁ ପାଉନି

ଅନୁତାପ କରୁଛି ହେଲେ କଣ ହେବ

ସେ ଅନୁତାପ ବି ..........

ଆଜି ମୋର ସାଥିରେ ରହୁନି

ମୋର ବୁଝିବାରେ ଭୁଲ ଥିଲା

ତତେ ଭଲପାଇ ଧୋକାଦେଲି

କାହିଁକି କେଜାଣି ..........?

ଆଜି ଭାରି ମନେପଡୁଛୁ

କଣ ପାଇଁ କେଜାଣି ........?

ତୋ କଥାକୁ ବିଚାର କରୁଛି ଆଜି

ହେଲେ କଣ ପାଇବି ......?

ନିଜ ହାତରେ ସବୁ ଭାଙ୍ଗିଦେଇଛି

ସଜାଡିବାକୁ ଚାହିଁଲେ ବି ପାରୁନି

କାରଣ ଭାଙ୍ଗିଯାଇଥିବା ସମ୍ପର୍କଟି

ଖୋଜିଲେ ବି ପାଉନି

ଆଉ କଣ ସଜାଡିବି ବାସ ........!

ଅନୁତାପର ଜ୍ୱାଳାରେ ନିତି କଷ୍ଟ ପାଉଛି

ଆଉ ସାରା ଜୀବନ ପାଉଥିବି ।।


Rate this content
Log in

Similar oriya poem from Abstract