ଅନୁତାପ
ଅନୁତାପ


ଜୀବନ ର ଲମ୍ବା ରାସ୍ତାରେ ତମେ
ଆଗକୁ ମାଡ଼ି ଚାଲିଗଲା ପରେ
ଏକଲା ଚାଲି ଶିଖିଲି ।
ପଛ କୁ ଫେରି ଚାହିବାରୁ
ଅନ୍ଧାରର କୁହୁକ ଭର୍ତ୍ତି ମାୟା
ଗୋଡ଼ ଟାଣିଲା
ସବୁ ପଛକୁ ଠେଲି ଆଗକୁ ମାଡି ଚାଲିଲି ।
ଅନେକ ଭୁଲ୍ ର ଅନୁତାପ ନେଇ
ଶ୍ୱାସ ରୁଦ୍ଧ ହୋଇ ,ବଞ୍ଚି ଶିଖିଲି
ଦୁଃଖ ସବୁ ଲୁହ ହୋଇ ବୋହିଗଲେ
ହାଲକା ଲାଗିଲେ
ମନ ଆଉ ଭାବନା
ତୁମ ସହ କେବେ ଚାଲୁଥିଲି ବୋଲି ଭୁଲିଗଲି ।
ଅନୁତାପ ,ଜୀବନରେ ବଞ୍ଚିବା ଖୋରାକ!
ଏବେଠୁ ଜାଣିଲି ।