STORYMIRROR

Ajayakumar Mohanty

Inspirational

3  

Ajayakumar Mohanty

Inspirational

ଅନୁସନ୍ଧାନ

ଅନୁସନ୍ଧାନ

1 min
181


ଆଜିକାଲି ସମସ୍ତେ ଖୁସି 

ନିଜ ସ୍ୱାର୍ଥର ପରିଧି ଭିତରେ 

ତିଷ୍ଠି ରହିବାର ଅବିରତ ସଂଗ୍ରାମରେ 

ଏ ମଣିଷ ପୁରା ଅନ୍ଧ। 

ପ୍ରତିଷ୍ଠା ପତିପତ୍ତି ନିମନ୍ତେ 

ସ୍ୱାର୍ଥପର ମଣିଷର ସଂଗ୍ରାମ 

ଖିନ୍ ଭିନ୍ ବିପର୍ଯ୍ୟସ୍ତ ପରିବେଶ 

ଚିନ୍ତା ଚେତନା ବିବେକର ଡାକ।

କହିଲା ବାଲା ବହୁତ ଶୁଣିବ କିଏ 

କାମ ନେଲା ବାଲା ବହୁତ କରିବ କିଏ 

ଶୋଷିଲା ବହୁତ ପାଣି ଦେବ କିଏ। 

ଧ୍ୱଂସକୁ ଆମନ୍ତ୍ରଣ କରି ଆଣିଲ 

ଭୋଗିବ କିଏ? 

ପ୍ରକୃତି ସହିତ ପ୍ରତିଦ୍ବନ୍ଦିତା 

ଜିତିବ କିଏ? ହାରିବ କିଏ? 

ଯୁଗେ ଯୁଗେ ପ୍ରକୃତି ଅପ୍ରତିଦ୍ବନ୍ଦୀ 

ବିବର୍ତ୍ତନ ଆଣିବ ପରିବର୍ତ୍ତନ ଆସିବ 

ରହିବ କିଏ? ଭୋଗିବ କିଏ? 

କାଳର କରାଳ ଛାୟା ଖେଳିଯାଇଛି 

ତା ହାତରୁ ମୁକ୍ତି ଖୋଜ ଜୀବନକୁ ଖୋଜ 

ସତ୍ୟର ଅନୁସନ୍ଧାନ କର ।

ସତ୍ୟ ଭିତରୁ ପ୍ରକୃତ ଖୁସିକୁ ଉପଭୋଗ କର 

ଆନନ୍ଦ ଅନୁଭବ କର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational