STORYMIRROR

Sunanda Mohanty

Abstract Romance Fantasy

3  

Sunanda Mohanty

Abstract Romance Fantasy

ଅନୁରାଗ

ଅନୁରାଗ

1 min
861


ସାହିତ୍ୟର ଭାଷା ସମାଦୃତ 

ପଡ଼ିଥିଲେ ଠୋପେ ଅନୁରାଗ ଅମୃତ 

କବିତାର ପଂକ୍ତି ବୋଧଗମ୍ୟ 

ମିଶିଥିଲେ ଟିକିଏ ଅନୁରାଗ ପବିତ୍ର 

ଗଳ୍ପର ଧାରା ହୃଦୟ ଛୁଇଁଲେ 

ଗୋଳାଥାଏ ଅନୁରାଗ ସାରସ୍ୱତ 

ପ୍ରବନ୍ଧର ଭାବ ସମାଜ ବୁଝିଲେ 

ଢଳା ଅନୁରାଗ ପର୍ଯ୍ୟାପ୍ତ 

ଅନୁରାଗ ନଥିଲେ କି ଅନୁଭବ 

ଭାଷାର ଉତ୍ପତ୍ତି ସଂସ୍କୃତି ସମୃଦ୍ଧି 

ଲୋଡ଼ା ବୁଝିବାକୁ ଅନୁରାଗ ଅପର୍ଯ୍ୟାପ୍ତ 

ଅନୁରାଗ ବିନା କୋଉ ସାହିତ୍ୟର ଉଦ୍ଭବ

ଭାଷାକୁ ଚିହ୍ନି ସଂସ୍କୃତି ପରିପୃଷ୍ଠକ କି ହୋଇପାରିବ 

ଅନୁରାଗ ବିହୀନ ହେଲେ ହେବନାହିଁ କହେ ଜରଦଗବ 

ଓଁ ପରଂବ୍ରହ୍ମ ସାତ୍ଵିକ ଚେତନା ଉଦଯୋଗ 

ସାହିତ୍ୟ ସହିତ ଅନୁରାଗ ଫେଣ୍ଟିଦେଲେ 

ନୂତନ ଭାଷାର ଉଦ୍ଭାବକ ଓ ରକ୍ଷକ 

ଅନୁରାଗ ବିନା କଥା କବିତା ପ୍ରବନ୍ଧ ଲାଗେନା ସାମାଜିକ 

ଅନୁରାଗେ ଡାକେ ରଖ ପ୍ରଭୁ ଜଗନ୍ନାଥ 

ମୋହଗ୍ରସ୍ତ ଏହି ଦୁନିଆରେ ତୁମେ ସର୍ବଶ୍ରେଷ୍ଠ ଅନୁରାଗ ସ୍ତବକ 

ଅନୁରାଗେ ଦିଅ ସାହସ ଶକତି ଲେଖିଵି ଅନୁରାଗୀ ସାହିତ୍ୟ ପୁସ୍ତକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract