STORYMIRROR

Sarat Manhira

Fantasy

4  

Sarat Manhira

Fantasy

ଅନୁନ୍ନତ ଗାଁ ମୋର

ଅନୁନ୍ନତ ଗାଁ ମୋର

1 min
236


ଫୁଟା ଦର୍ପଣ ଚେହେରା ତା'ର

   ଅଛି ପରା ବିଦ୍ୟାଳୟ

ଶିକ୍ଷା ନାଇ କି ଦୀକ୍ଷା ନାଇ

   ଅନୁନ୍ନତ ଗାଁ ମୋର ।1।


ଶ୍ରମ ପ୍ରିୟ ଏ ଗ୍ରାମବାସୀ

   କରୁଛନ୍ତି କେତେ ଚାଷ

ମୂଲ୍ୟ ଜାଣିନାହାନ୍ତି ଚାଷର

   ଅନୁନ୍ନତ ଗାଁ ମୋର ।2।


କଞ୍ଚା ରାସ୍ତାଟିଏ କାଦୁଅର ଘର

   ମେଞ୍ଚାଏ କାଦୁଅର ଗୋଡ଼

ଜାଣିନାଇ ତା'ର ନିର୍ମାଣ

    ଅନୁନ୍ନତ ଗାଁ ମୋର ।3।


ଫୁଲ ଫୁଟିଛି କେତେ

   ହସି ଦେଉଛି ସନ୍ତାନ

ତା'ର ଭବିଷ୍ୟତ ଯାଉଛି ବୁଡି

   ଅନୁନ୍ନତ ଗାଁ ମୋର ।4।


ଗାଁ ଦାଣ୍ଡରେ ବସିଛି ବୁଢ଼ୀ ଆଈ

   କହୁଛି କେତେ ଅନ୍ଧବିଶ୍ୱାସ କାହାଣୀ

ତା 'କଥା କାମରେ ବି ନାହିଁ

   ଅନୁନ୍ନତ ଗାଁ ମୋର ।5।


ଚନ୍ଦ୍ରମାର ଆଲୋକ ନାଇ

   ଝରକା ବି ନାଇ

ଅଛି କେବଳ ଛୋଟ ଦୀପଟିଏ

    ଅନୁନ୍ନତ ଗାଁ ମୋର ।6।


ହେଲେ ଜ୍ୱର ଏ ମାନବ

    ଦେଵତା କୁ କରେ ଆରୋପ

ଦେଉଥାଏ ଧୂପ-ଅଗ୍ନି

     ଅନୁନ୍ନତ ଗାଁ ମୋର ।7।


କେତେଯେ ଆସେ ଗୁଜବ କଥା

   ତା'କୁ ଝରିପଡେ ଏ ପରଜା

ଭାବୁଥାଏ କେବଳ ତା କଥା

    ଅନୁନ୍ନତ ଗାଁ ମୋର ।8।


ଛୋଟ କି ବଡ଼ ହେଉ

   ସବୁ ଡାଣନ୍ତି ଧୂଆଁ

ବିପଦକୁ ଡାକିନିଅନ୍ତି ଜୀବନ କାଳେ

   ଅନୁନ୍ନତ ଗାଁ ମୋର ।9।


ଗାଁ କନ୍ୟା ଦିଶନ୍ତି ସୁନ୍ଦର

   ପଲସା ଫୁଲର ରସ

ଜୀବନରେ ଇଚ୍ଛା ବର ନାହିଁ 

    ଅନୁନ୍ନତ ଗାଁ ମୋର ।10।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy