STORYMIRROR

Amitav Sahu

Abstract

3  

Amitav Sahu

Abstract

ଅନୁଭୂତିରେ ଶୀତ

ଅନୁଭୂତିରେ ଶୀତ

1 min
294

ବେଳେ ବେଳେ ଶୀତକୁ ଭୋଗିହୁଏ

ଖୁବ୍ ସହଜରେ

ଉଷୁମ ଚାଦର ତଳେ ପ୍ରେମିକା ସାଥିରେ

ଗରମ ଚା'ର ବାମ୍ଫରେ

ସକାଳୁଆ ଖରାର ମିଞ୍ଜି ମିଞ୍ଜି ଉତ୍ତାପ ରେ


ବେଳେ ବେଳେ ଶୀତକୁ ସହିହୁଏ

ଖୁବ୍ ସହଜରେ

ଭୋକିଲା ପେଟରେ

ଫୁଙ୍ଗୁଳା ଦେହରେ

ପାହାଡ଼ ଡଙ୍ଗର ର ଛାତି ତଳେ

ଖୋଲା ଆକାଶରେ


ସମାନ ଏତିକି ଯେ

ଯେଉଁମାନେ ଭୋଗିନେଲେ

ସେମାନେ ମଣିଷ ଥିଲେ

ଯେଉଁମାନେ ସହିଗଲେ

ସେମାନେ ବି ମଣିଷ ଥିଲେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract