STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଅନୁଭୂତି

ଅନୁଭୂତି

1 min
337

ମୋର ଅନୁଭୂତି କଥା କହୁଛି

ଯାହା ଅନୁଭବ ମୁହିଁ କରିଛି

ପିଲାଦିନେ ମୁହିଁ ବୋଉ କୋଳରେ

ଯେତେ ଯେତେ କଥା ମାନ ଶୁଣିଛି

ଶୈଶବ,ବାଳୁତ,ଯୈ।ବନ, କୈଶୋର

ବେଳେ ବହୁ ଅନୁଭବ

କେତେ ଯେ ମଣିଷ ଭେଟିଛି ଦୁର୍ଜନ,

କେତେ ଯେ ମହାନୁଭବ


ବିଦ୍ୟାଳୟ ମୋର କରିଛି ସୁଧୀର

ଶିକ୍ଷକ ମୋ ପିତୃ ତୁଲ୍ୟ

ତାଙ୍କ ତତ୍ଵାବଧାନ ରେ ମୋ ଜୀବନ

ପ୍ରଫୁଲ୍ଲ ମୁଁ ଗୋଟେ ଫୁଲ

ଆଜି ମୁଁ ଖୋଜୁଛି ସେହି ଅନୁଭୁତି

ଖୋଜୁଛି ସେ ହୀରା, ମୋତି

କାହିଁ ହଜିଗଲା ମୋ ଗ୍ରାମୀଣ ସଭ୍ୟତା

ଜଳଇ ବିଜୁଳି ବତି 


ଯୈ।ବନେ କାମିନୀ କମନା ବି ଏକ

ଅଦଭୁତ ଅନୁଭୁତି

ପ୍ରେମରେ ସାଫଲ୍ୟ ବିଫଳତା ଆଣେ

ଭାଗ୍ୟେ ମିଳେ ପ୍ରୀୟ ସାଥି

ଜୀବନ ଜଞ୍ଜାଳ ବିଷମ ତତ୍ତ୍ଵ ରେ

ବିହି ବିରଚିତ ଖେଳ

ଅନୁଭବ, ଅନୁଭୁତି କୁ ପାଥେୟ

କରିଲେ ଯାପିବୁ କାଳ


ବୃଦ୍ଧ ମୁ ଦେଖିଛି ଦୀର୍ଘାୟୁ ମାନବ

ସୁଖ ଦୁଃଖ କଥା କେତେ

ସିନା ଅନୁଭବ ନାହିଁ ମୁଁ ଦେଖିଛି

ଲଢିବା ମରଣ ସାଥେ

ମୃତ୍ୟୁ କାହିଁକି ଆସୁନି ରେ ଧନ

ମୃତ୍ୟୁ ପାଇଁ କେତେ ମିନତୀ

ଦେଖିଛି ଭୋଗିବା ଆପଣା କର୍ମ

ଭୋଗିଥିବା ଯେତେ ଦୁର୍ଗତି


ଅନୁଭବ ନୁହେଁ ଅନୁଭୁତି ଏକ

ରାଜ କର୍ମଚାରୀ ପଦବୀ

ଖଣ୍ଡାଧାର ଗତି ସତ୍ୟ ନ୍ୟାୟ ଧର୍ମ

କର୍ମ କରିବାର ଶକତି

ନଥିଲେ ଧନ ରେ ସଫଳ ଜୀବନ

କାଟିବା ଟା ବଡ଼ ଦୁରୁହ

ଏହି ଅନୁଭୁତି ମାନିଲେ ଜୀବନ

ହେବ ବାବୁ ସୁଖମୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract