STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ଅନ୍ତର୍ଦ୍ଧାନ

ଅନ୍ତର୍ଦ୍ଧାନ

1 min
162


ଶବ୍ଦର ନୂପୁର ବାଜୁନାହିଁ ଛମ ଛମ

ଶୁନା ଶୁନା ଲାଗେ କାହିଁକି ଏ ମନ

ଶବ୍ଦର ଘୁଙ୍ଗୁର ଶୁଭେନି ଛନ ଛନ

ସରିଗଲା ପରେ ଯାତ୍ରା ନବଦିନ

ଶବ୍ଦର ଜ୍ଞାନ ଶବ୍ଦରେ ଧ୍ୟାନ ଅବା ମନ

ନାହିଁ ଛନ୍ଦ ଲୟ,ଲଗୁଛି କାହିଁକି ଶୂନ୍ୟ,

ତମେ ଫେରିଗଲା ପରେ ଶ୍ରୀମନ୍ଦିରେ ଧନ

ମାଉସୀ ଆଖିରେ ଶ୍ରାବଣୀ ଅନ୍ତସାରଶୁନ୍ୟ

ଆକାଶୁ ଝରଇ ଧାରା ଶିରାବଣ ତିନ୍ତୁଛି ମନ

କୃଷ୍ଣ ଯେବେ ଗଲେ ଗୋପରୁ ମଥୁରା 

କେମିତି ଧରିଲେ ନନ୍ଦ ଯଶୋଦା ଜୀବନ

ଗୋପୀ ଗୋପାଳ ଗୋପବାଳା ହୃଦଚନ୍ଦନ

ଆଜି ଏ ଜନମେ ତୁମେ ଗଲାପରେ ଶ୍ରୀନଅ ରେ

ବଢେ ହୃତକମ୍ପନ , ଜୀବନେ କେତେ କମ୍ପନ

ଫେରିଗଲ ତୁମେ ଆସିବ ଆରସନ ଏଦିନ

ମଣିଷ ଜନମ ଆଉ ଫେରିବନି ଏହି ପରଂଜ୍ଞାନ

ମାୟା ଲଗାଇଛ ବାୟା କରୁଛ ଶ୍ୟାମଘନ

ତ୍ରିକାଳଦର୍ଶୀ,ଗୋପ ମଥୁରା ଅବା ବୃନ୍ଦାବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama