ଅନ୍ତର ବେଦନା
ଅନ୍ତର ବେଦନା
ହୃଦୟ ସୁଖ ଛଡେଇ ନେଇକି
କେମିତି ହେଉଛୁ ଖୁସି ,
ମୋ ଓଠରୁ ହସ ଲିଭେଇ ଦେଇକି
କେମିତି ପାରୁଛୁ ହସି ।
ମୋ ମନ ବେଦନା ଅନ୍ତରର କୋହ
ସବୁ ଅଟେ ତୋର ଦାନ ,
ତୋ ପାଇଁ ଆଜି ମୁଁ ଜଳୁଛି ନିଆଁରେ
ହରାଇଛି ସନମାନ ।
କେମିତି ଏତେ ତୁ ପାଷାଣ ସାଜିଲୁ
ବୁଝିଲୁନୁ ମନ କଥା ,
ଦେଇଥିବା ଖୁସି ଛଡାଇ ତୁ ନେଲୁ
ବୁଝୁନୁ ଅନ୍ତର ବ୍ୟଥା ।
ଅନ୍ତର ବେଦନା କାହାକୁ କହିବି
କେହିନାହିଁ ବୁଝିବାକୁ ,
ବୁଝିବା ଲୋକ ତ ପର କରିଦେଲା
ଆଦରି ନିଜ ସ୍ୱାର୍ଥକୁ ।
ଯେଉଁଠି ବି ଥାଆ ଖୁସିରେ ତୁ ଥାଆ
ଚାହେଁ ମୋ ମନ ଏତିକି ,
ପଥେ ତୁମ କେବେ ସାଜିବିନି କଣ୍ଟା
ଜୀବନେ ଆସେ ଯେତିକି ।
