STORYMIRROR

Maitreyee Kamila

Classics

3  

Maitreyee Kamila

Classics

ଅନ୍ତଃସ୍ବର

ଅନ୍ତଃସ୍ବର

1 min
205


ମୈତ୍ରେୟୀ କମିଳା

ସମୟ ଟା ଆଜି

ନିଶବ୍ଦ ନୀରବ 

ମୌନ ଏଠି ହସଖୁସି,,ପାଖ ପଡୋଶୀର

କେତେବେଳେ କେମିତି ଗପସପ ।


ଭୋକ ସବୁ ଆକ୍ତାମାକ୍ତା ନିଜ ଭିତରେ

ଛୋଟ ଝିଅ ଟି ଆଉ ବାଉଁଶ ରାଣୀ ହୋଇ ନାଚୁନି

ଜରିଗୋଟାଳି ଝିଅ ର ଖାଇବା କଥା କିଏ ପଚାରେ।

ମନ୍ଦିର ,ମସଜିଦ, ଗୀର୍ଜାଘରେ ନାହିଁ ନ ଥିବା ଶୂନ୍ୟସ୍ଥାନ।


ସହର ର ସୁନସାନ ରାସ୍ତା ଟା ଲମ୍ବା ହୋଇ ଗାଁ କୁ ମାଡି ଯାଉଛି

ଗାଁ ରେ ଏବେ ପୁରିଲା ପୁରିଲା ଘର।

ଧୂଷର କାଂଥ ର ରଙ୍ଗ ଟା ଭାରି ନିଜର ଲାଗୁଛି

ପୁରୁଣା ବଲବ ଆଉ

କାଂଥ ଘଂଟା ର ଶବ୍ଦ ସହ।

ଘର ର ସ୍ୱପ୍ନ କିଛି ଚାଳ ଉରାର ଅଳୁନ୍ଧି

 ଭିତରେ ସାଇତା ହୋଇ  ରହିଛି।


ଝର୍କା ଖୋଲା ହେଲେ ଆରପଟ ଖୋଲା ଆକାଶ ଟା ତା ଠୁ ଅବୁଝା।

ଢଳ ଢଳ ଆଖି ରେ ଚାପି ରୁହେ ଅନେକ ଅସମାହିତ ପ୍ରଶ୍ନ ନିଜ ଭିତରେ,

କେତେବେଳେପୁଣି କେଲେଣ୍ଡର ର ପୃଷ୍ଠା ଓଲଟି ଯାଏ ନିଜ ଅଜାଣତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics