STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଅନ୍ତଃସ୍ୱର-୨୩,ଯାତ୍ରାଅବିଶ୍ରାନ୍ତ

ଅନ୍ତଃସ୍ୱର-୨୩,ଯାତ୍ରାଅବିଶ୍ରାନ୍ତ

1 min
13.5K


ଆକ୍ତାମାକ୍ତା ମାୟା ବନ୍ଧନ

ପଞ୍ଜୁରି ଆବଦ୍ଧ ପ୍ରାଣ,

ତ୍ରସ୍ତ ଜୀବନ

ଅବସାଦ ,ଅବଶୋଷ, ଅବିଶ୍ରାନ୍ତ ଅବଲମ୍ବନର

ଗୋଲୋକଧନ୍ଧା ଭିତରେ,

ଭିଡ଼ରେ ଏକଲାପଣ ପଚାରେ ନିତି,ଗନ୍ତବ୍ୟର

ଲକ୍ଷ୍ୟ କଣ ତୋର,

ଆଗରେ ଅଙ୍କାବଙ୍କା ଲମ୍ବା ରାସ୍ତା,

ପ୍ରତିମୁହୂର୍ତ୍ତରେ

ଦେଖା ହୁଏ ମୃତ୍ୟୁ

ଏବଂ

ପରିଭାଷାବିହୀନ ଅସୁମାରି ଚରିତ୍ରମାନଙ୍କ ସହ,

ସମ୍ପର୍କର ପାନ୍ଥଶାଳା,ବାଟୋଇର ରାତ୍ରିକାଟିବା

ପାଇଁ ଏକମାତ୍ର ଅଵଶ୍ୟମ୍ଭାବି ବିକଳ୍ପ,

ଅହେତୁକ ଭୟ ମୃତ୍ୟୁପରର ଶେଷଦୃଶ୍ୟରେ ଚିତ୍ର

କରିବାକୁ କିଛି ସମ୍ପର୍କୀୟ ବୋଲାଉଥିବା

ଅମଣିଷଙ୍କୁ,

ସେମାନଙ୍କୁ ଯୋଗାଡ଼ କରିବାରେ ଯେମିତି ନ

ହେଇ ଯାଏ ତାର ଭୁଲ,

ସକାଳୁ ବଦଳି ଯାଏ, ଗତରାତ୍ରିର

ଚେହେରା,

ସବୁ ନକାବପୋଷା ସେ ପୁଣି କଳା,

ସେପଟେ

ଆକର୍ଷଣ କରିଚାଲେ ସାଗରର ଉତ୍ତାଳ ତରଙ୍ଗ,

ଅସୀମ ଆଶାର ନୀଳ ଆକାଶ,

କରି ଆଚ୍ଛନ୍ନ,

ମୋହଗ୍ରସ୍ତ ଜୀବନ ସମ୍ମୁଖରେ ଦ୍ଵନ୍ଦ,

ଏମିତି କିଏ କାହାର ଯେ,

# ଯାତ୍ରା ଅବିଶ୍ରାନ୍ତ,

କେତେ ଦୂର ପର୍ଯ୍ୟନ୍ତ............!

କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy