STORYMIRROR

Indrabadal Mohanty

Abstract

2  

Indrabadal Mohanty

Abstract

ଅନ୍ତଃଧ୍ୱନି...

ଅନ୍ତଃଧ୍ୱନି...

1 min
302

ମୁଁ ନିଜେ ନିଜର ଅନ୍ତଃଧ୍ୱନିର

ଭିନ୍ନ ଏକ ଛାଇଟିଏ,

ତୁମେ ଏକ ବସ୍ତାବିକତାର

ଅଧା ଲେଖା କାହାଣୀଟିଏ


ମୁଁ ବିନା ତୁମେ ସମ୍ପୂର୍ଣ୍ଣ ଅସମ୍ଭବ

ଏ ବଡ ଦୁନିଆରେ,

ତୁମ ବିନା ମୁଁ ଗୋଟେ ଅଦେଖା କଣ୍ଢେଇ

ଆଜି ଏ ରଂଗମଂଚରେ


ମୁଁ ବିନା ତୁମର କଣ ସ୍ଥାୟୀତ୍ୱ

ଏତେ ବଡ ଦୁନିଆରେ,

ପୁଣି ତୁମ ବିନା ମୁଁ ଏକ ରବର କଣ୍ଢେଇ

ସମୟର ଜଞ୍ଜାଳ ଆଗରେ


ମୁଁ ଦେଖୁଛି ବୋଲି ତୁମେ ସଜାଇ ହେଉଛ

ତୁମେ ଦେଖୁଛ ବୋଲି ମୁଁ ଲେଖୁଛି,

ମୁଁ ଲେଖୁଛି ବୋଲି ତୁମେ ହସୁଛ

ପୁଣି ତୁମେ ହସିଲେ ମୁଁ ଖୁସି ହେଉଛି


ଏ ସୃଷ୍ଟିର ସ୍ରଷ୍ଟାର ଭିନ୍ନ ଏକ ପରିକଳ୍ପନାରେ

ଏଠି ମୁଁ ତୁମ ନାୟକ ସାଜିଲେ ତୁମେ ମୋ ପ୍ରତିନାୟକ,

ପୁଣି ତୁମେ ଯେବେ ସାଜ ମୋ ପାଇଁ ଖଲନାୟିକା

ମୁଁ ତୁମ ପାଇଁ ଆସେ ହୋଇ ପ୍ରତିଖଲନାୟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract