STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଅନ୍ତ ସ୍ୱର୨

ଅନ୍ତ ସ୍ୱର୨

1 min
165


ନୀଳାକାଶ ତଳେ କେତେ ଆଶା ନେଇ

  ସ୍ବପ୍ନିଳ ଚିତ୍ରିତ ଗୁଡ଼ି

ନଭ ରାଇଜ କୁ ଉଡ଼ିବା ଆଶାରେ

ଉଡେ ସେ ପକ୍ଷ ମେଲାଇ।।।

ଅପ୍ରତିଦ୍ଵନ୍ଦୀ ସେ ଆଶା ନେଇ ବୋଧେ

 ଫର ଫର ଡେଣା ଝାଡେ

କେଉଁ ବୃକ୍ଷ ଡାଳେ କଟିଗଲା ସୂତା

  ଗୁଡ଼ି ଛିଣ୍ଡିଗଲା ତଳେ।।।।

କାହିଁ ଛିଣ୍ଡିଗଲା ସୂତା ଟି କେଜାଣି

  କେଉଁଠି ଏବେ ନଟେଇ

ସେଇ ଇତିହାସ ରଖି ନାହିଁ ଗୁଡ଼ି

  ରହି ଯାଏ ସ୍ମୃତି ହୋଇ।।।

ତୁମ ଅଗଣା ରେ ପଡି ଗଲା ଗୁଡ଼ି

  ନିସ୍ତେଜ ନିର୍ଲିପ୍ତ ହୋଇ

କେତେ ଲଂଘି ଥିଲି ପବନ ସୁଅ ରେ

  ସବୁ ସ୍ବପ୍ନ ଗଲା ଧୋଇ।।।

ଅଧା ବାଟେ ସବୁ ସ୍ମୃତି ରହିଗଲା

 ବନ୍ଧା ସ୍ମୃତି ଡାଇରୀ ରେ

ଚିତ୍ରିତ ଗୁଡ଼ି ଟି ଫିକା ହୋଇ ଗଲା

  ବୟସ ଅଧା ସିଡି ରେ।।।।

କୁହ ପ୍ରିୟତମ ପକ୍ଷ କଟିଗଲେ

  ବିହଙ୍ଗ କି ଉଡ଼ି ପାରେ

ନଟେଇ ହଜିଲେ ସୂତା ଛିଣ୍ଡି ଗଲେ

 ଗୁଡ଼ି କିବା ଧାଇଁ ପାରେ।।।

ତଥାପି ତ ସ୍ବପ୍ନ ସରିନି ମନରୁ

  ଉଙ୍କି ମାରୁଚି ମନରେ

ମୁକ୍ତା କାଶ ପରା ଅଛି ବହୁ ଦୁରେ

  ଉଡ଼ିବି ସ୍ମୃତି ସାଥି ରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational