STORYMIRROR

Trushna Das

Inspirational

3  

Trushna Das

Inspirational

ଅନ୍ତ ହିଁ ଆରମ୍ଭ

ଅନ୍ତ ହିଁ ଆରମ୍ଭ

1 min
163


ଅନ୍ତ ହିଁ ଆରମ୍ଭ

ଏହା ଯେ ପୁରା ସତ୍ୟ

ଗୋଟିଏ ଯୁଗର ଅନ୍ତରେ

ଆଉ ଗୋଟିଏ ଯୁଗର ଆରମ୍ଭ ହୋଇ ଥାଏ 

ଠିକ ସେହିପରି ଗୋଟିଏ ଜୀବନର ମୃତ୍ୟୁରେ

ଗୋଟିଏ ନୂତନ ଜୀବନର ସୃଷ୍ଟି ହୋଇଥାଏ। 


ଅନ୍ତ ହିଁ ଆରମ୍ଭ 

ଜୀବନର ଶେଷରେ 

ସ୍ୱର୍ଗର ପ୍ରାପ୍ତ ହୋଇଥାଏ 

ବୈକୁଣ୍ଠରେ ରହିବାକୁ ମିଳଇ ସ୍ଥାନ।। 


ଅନ୍ତ ହିଁ ଆରମ୍ଭ 

ଗ୍ରୀଷ୍ମର ପ୍ରବଳ ଗରମର ଅନ୍ତ

ଜଣାଇ ଥାଏ ବର୍ଷାର ଆଗମନ

ଶୀତର ପ୍ରକୋପର ଅନ୍ତ ଆଣି ଥାଏ ଫଗୁଣର ରଙ୍ଗ ସମାହାର।। 


ଅନ୍ତ ହିଁ ଆରମ୍ଭ 

ରାତିର ଅନ୍ଧାରର ଅନ୍ତରେ 

ଦିନର ଆଲୋକର ସୃଷ୍ଟି ଯେ

ଏହା ଯେ ଚିରନ୍ତନ ସତ୍ୟ।। 


ଅନ୍ତ ହିଁ ଆରମ୍ଭ

ଦିନ ସାରାର ଦେହର ଥକା

ମେଣ୍ଟାଇ ଥାଏ ରାତିର ନିଦ ସପନ ଭରା

ଦିନର ଅନ୍ତରେ ହି ରାତିର ଆରମ୍ଭ।। 


ଅନ୍ତ ହିଁ ଆରମ୍ଭ <

/p>

ଜୀବନରୁ କିଛି ହୋଇ ଗଲେ ଦୂର

କର ନାହିଁ ଆଦୌ ଦୁଃଖ 

କାରଣ ତାଠାରୁ ବି ଆଉ କିଛି ଆସିବ ଭଲ ହୋଇ ସୁଖ।। 


ଅନ୍ତ ହିଁ ଆରମ୍ଭ 

ଜୀବନରେ ଆସିଲେ ଦୁଃଖ

ହରାଅ ନାହିଁ ଧର୍ଯ୍ୟ 

କାରଣ ଦୁଃଖର ଅନ୍ତରେ ସୁଖର ଆରମ୍ଭ। 


ଅନ୍ତ ହିଁ ଆରମ୍ଭ 

ଗୋଟିଏ କାହାଣୀ ଶେଷରେ 

ଆଉ ଗୋଟିଏ କାହାଣୀ ଆରମ୍ଭ ହୋଇଥାଏ 

ଠିକ ସେହିପରି ଏବେ ଗୋଟିଏ ପ୍ରେମର ବିଚ୍ଛେଦରେ 

ଆଉ ଗୋଟିଏ ପ୍ରେମ ସୃଷ୍ଟି ହୋଇଥାଏ

ଏ କେମିତିକା ଅନ୍ତ

ଆଉ କେମିତି କା ଆରମ୍ଭ।। 


ଅନ୍ତ ହିଁ ଆରମ୍ଭ

ଜଣଙ୍କର ଧକା ଜୀବନରେ ଆଣିଦିଏ ଝଡ଼ 

ପୁଣି ଦେଖାଇ ଦିଏ ବଞ୍ଚିବାର ନୂତନ ମାଧ୍ୟମ

କରି ଦିଏ ଆମକୁ ପାହାଡ ପରି ଶକ୍ତ। 


ଅନ୍ତ ହିଁ ଆରମ୍ଭ 

ଏହା ଯେ ଜୀବନର ମୂଳମନ୍ତ୍ର 

ଯୁଗ ଯୁଗ ଧରି ଏହା ସତ୍ୟ

ସମସ୍ତଙ୍କ ଜୀବନରେ ଏହା ଉପଲବ୍ଧ।।


Rate this content
Log in

Similar oriya poem from Inspirational