ଅନନ୍ୟ
ଅନନ୍ୟ
ମୃଦୁ ମନ୍ଦ ମଳୟର
ମହୁଲି ପୁଲକ ସାଥେ
ଆସିଥିଲି ସାଜି ତୁମ-ବଧୂ,
ଅନନ୍ୟ ପ୍ରୀତିରେ ଛନ୍ଦି
କିଣିନେଇ ମନ ମୋର
ପ୍ରିୟତମ କରିନେଲ ବନ୍ଧୁ
ପହିଲି ଦିନରୁ ସାଥୀ
ବୁକୁଲଗ୍ନା କରିଦେଇ
ଭରିଦେଲ ଜୀବନରେ ମଧୁ,
ପ୍ରେମର ସ୍ବାକ୍ଷର ଅଙ୍କା
ଲୋମେ ଲୋମେ ପ୍ରିୟ ମୋର
ପରିପୂର୍ଣ୍ଣ ସତେ ସପ୍ତ-ସିନ୍ଧୁ
