STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଅନନ୍ତ ପ୍ରତୀକ୍ଷା 

ଅନନ୍ତ ପ୍ରତୀକ୍ଷା 

1 min
393


ତିତିକ୍ଷା ଓ ପ୍ରତୀକ୍ଷା 
ଦୁଇ ପାର୍ଶ୍ୱ 
ତୁମ ଦର୍ଶନ ପାଇଁ ଭିକ୍ଷା 
ଅତୀନ୍ଦ୍ରିୟ ସ୍ପର୍ଶ
ଘଣ୍ଟ ଘଣ୍ଟି ଆଳତୀ ଦୀପ 
ପୁଣି ଅବକାଶ 
ନିତି ଅନୀତି ଦୁର୍ନୀତି ପ୍ରିୟା ପ୍ରୀତି 
ଭାରି ଅବଶୋସ 
ସବୁର ଉର୍ଦ୍ଧରେ ତୁମ ଧାମ 
ନଥାଏ କ୍ଳେଶ 
ତୁମ ଆଖି ଲାଗିଗଲା ପରେ 
ପହଡେ ସ୍ଲେଶ 
ଗୀତଗୋବିନ୍ଦ ଶୁଣିଲା ବେଳେ 
ତୁମ ଆଖିରେ ହର୍ଷ 
ତୁମେ କେଵେ ଆସିବ ପ୍ରଭୁ 
ମୋ ଘର ଅଗଣା ବର୍ଷ ବର୍ଷ 
ତୁମକୁ ଚାହିଁଛି ତୁମେ ଆସୁଛକି 
ଢାଳି ଦେଇ ପିୟୁଷ 
ତୁମ ପାଦ ଶବ୍ଦରେ ଅଧୀର ମନ 
ହୃଦୟେ ଏତେ ଶୋଷ 
ଜଳ ସ୍ଥଳ ବାୟୁ ଅଗ୍ନି ପରି 
ତୁମ ଶୀତଳ ସ୍ପର୍ଶ 
ଉଜାଗରେ ଜାଗରେ ଦିନ ରାତି 
ଆଜିକାଲି ଉଷ୍ମ
ତୁମେ କି ସେଇ ବୃନ୍ଦାବନ ଅଧିଶ୍ଵର 
ଇଶ୍ୱରୀୟ ଭୀଷ୍ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics