STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଅଁଳା ନବମୀ

ଅଁଳା ନବମୀ

1 min
366


ରାଧା ରାଣୀ ପାଦ ଦର୍ଶନ ଅଁଳା ଗଛକୁ କରୁଛ ପୂଜା

ଶୁକ୍ଳ ପକ୍ଷ ମହା କାର୍ତ୍ତିକ ନବମୀ ଏ ସବୁ ପୁରୁଣା ପ୍ରଥା

ବୈଜ୍ଞାନିକ ହେତୁବାଦୀ ଙ୍କ ମତରେ ଏ ସବୁ ଅନ୍ଧ ବିଶ୍ଵାସ

ଏସବୁ କରିଲେ ମରିଯିବ ଯେତେ କରୁଅଛ ଉପବାସ ।।


ଧାନ ରୁ ଚାଉଳ ମହାଲକ୍ଷ୍ମୀ ବୋଲି କହୁଥିଲେ ପୂର୍ବ ସୂରି

କୁକୁଡା ମାଉଁସ ମିଶାଇ ରାନ୍ଧିଲେ ବିରିଆନୀ ହେଲା କହି

ମହା କାର୍ତ୍ତିକରେ ଖାଇଗଲେ ଥୋକେ ଆହାକି ସ୍ଵାଦିଷ୍ଟ ଅନ୍ନ

ଖାଇଲେ ଅମର ରହିବ ଏ ଅଟେ ହେତୁବାଦ ଦେଲା ଜ୍ଞାନ ।।


ଅନ୍ଧ ବିଶ୍ଵାସ ୟେ ମହାଜାଗତିକ ଯୋଗ ନୁହେଁ କିଆଁ ଡର

ଖାଇବା ପାଇଁକି ବଞ୍ଚିଛି ମଣିଷ ଖାଇବାଟା ଅଟେ ସାର 

ବ୍ରତ ଉପବାସ ପୂଜା ଆରାଧନା ହୋମ ଯଜ୍ଞ ଜପ ତପ

ଅନ୍ଧ ବିଶ୍ଵାସ ୟେ ସନାତନ ଧର୍ମେ ହିନ୍ଦୁ ଯେ ଅସାମାଜିକ ।।


କହି ଗରଜନ କରନ୍ତି ଏଠାରେ ହେତୁବାଦ ବୈଜ୍ଞାନିକ

ଜ୍ୟୋତିଷ ଶାସ୍ତ୍ରଟା ଭାଣ୍ଡାମି ବରାହ ମିହିର ଅଟନ୍ତି ଭଣ୍ଡ

ପଠାଣି ସାମନ୍ତ ଜ୍ଞାନ ଶାସ୍ତ୍ର ଯାହା ତାଙ୍କ ପାଇଁ ଖେଳ ଘର

ପରାଗ ଗ୍ରହଣ ପ୍ରାଣୀ ଜଗତରେ ଛାଇ ଆଲୁଅ ର ଖେଳ ।।


ଗୀତା ଛୁଇଁ ଉଚ ନ୍ୟାୟାଳୟେ ନ୍ୟାୟ ବିଚାର ହେଉଛି ଯହିଁ

ଭଣ୍ଡ ସବୁ ଯେତେ ବ୍ରାହ୍ମଣ ଜ୍ୟୋତିଷ ବିବାଦୀୟ ପ୍ରଶ୍ନ ଦେଇ

ଗତି କରୁଅଛି ୟେ ହିନ୍ଦୁ ସମାଜ ବିଧର୍ମୀ ବିଦେଶି ମେଳି

ଲୋପ କରିବାକୁ ସନାତନ ଧର୍ମ ହେଲେଣି ରେ କୋଳାକୋଳି ।।


ତାପାଇଁ ମିଡିଆ ପ୍ରଚାର ପ୍ରସାର ଆଗକୁ ଆହୁରି ପାଦେ

ଆଗେଇ ନେଉଛି ମଝିରେ ରହିଣ ବାରୁଦରେ ନିଆଁ ଚେଙ୍ଗେ

ନଖ ଘସି ଭଲ ଖେଳ ଖେଳୁଅଛି ଗୃହଭେଦୀ ବିଭୀଷଣ 

ବିଚାର କର ହେ ବିବୁଧେ ସଜ୍ଜନେ ପଦାନତ ହୁଏ ଧର୍ମ ।।


ଆଜି କାର୍ତ୍ତିକର ଅଁଳା ନବମୀ ରାଧା ପଦ ଦରଶନ

କରିବାକୁ ପ୍ରଶ୍ନ ମନେ ଉଙ୍କିମାରେ ଏତ ନୁହଇ ବିଜ୍ଞାନ

ଅଁଳା ମୂଳରେ ରାନ୍ଧି ଖାଇବାଟା ଗୋଟେତ ଅନ୍ଧ ବିଶ୍ଵାସ

କାହା କଥାରେ ମୁଁ ଚାଲିବି ମଣିଷ ହରାଇଲାଣି ବିଶ୍ଵାସ ।।



Rate this content
Log in

Similar oriya poem from Abstract