STORYMIRROR

Dharitri Das

Children

3  

Dharitri Das

Children

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
437


ସାରା ବିଶ୍ୱରେ ଖେଳିଗଲା କରୋନାର ଆତଙ୍କ

ଆମେରିକାରେ ଆତଙ୍କ ଓ ମୃତକ ସର୍ବାଧିକ।

ପ୍ରତି ରାଜ୍ୟେ ଲକଡ଼ାଉନ ସଟଡାଉନ ହୋଇ

ହାଟ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ କରାଇ।

ଅନ ଲାଇନ ଶିକ୍ଷା ପ୍ରଚଳନ କଲେ ଶିକ୍ଷାମନ୍ତ୍ରୀ

ହରଡ଼ଘଣାରେ ପଡିଗଲେ ସବୁ ଛାତ୍ର ଓ ଛାତ୍ରୀ।

କାହାର ଫୋନ ନାହିଁ ତ ପୁଣି ନେଟୱାର୍କ ନାହିଁ

କାହା ପାଖେ ପଇସା ନାହିଁ ଫୋନ କିଣିବା ପାଇଁ।

ଛାତ୍ରଛାତ୍ରୀ ହେଲେ ପଢିବା ପାଇଁକି ହନ୍ତସନ୍ତ

ଏଥିରେ ମାତ୍ର ତିରିଶ ପରସେଣ୍ଟ ଉପକୃତ।

ସତୁରି ପରସେଣ୍ଟ ପିଲା ମୁଣ୍ଡେ ଦେଲେଣି ହାତ

ଏଥିପାଇଁକି ସରକାର କଣ କରିବେ କୁହତ।

କରୋନାକୁ ଡରିବେ ନା ପାଠପଢ଼ାର କ୍ଷତିକୁ

ଚିନ୍ତାରେ ତ ରାତି ନିଦ ଆସୁ ନ ଥିବ ମୋଦିଙ୍କୁ।

ଅନଲାଇନ ଶିକ୍ଷାଟି ଫଳବତୀ ହୋଇଥିଲେ

ସରି ଯାଇଥାନ୍ତା ଚିନ୍ତା ବୋଲି ସିଏ ଭାବୁଥିଲେ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children