STORYMIRROR

Ranjan kumar Mohanty

Abstract Inspirational

3  

Ranjan kumar Mohanty

Abstract Inspirational

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
165

ଅନଲାଇନ ଶିକ୍ଷା ଶିକ୍ଷାର କ୍ଷେତ୍ରରେ 

ଆଣିଦେଲା ବିବର୍ତ୍ତନ 

ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି 

ବଢିଲା ସଭିଙ୍କ ଜ୍ଞାନ 


ଶିକ୍ଷକ ଛାତ୍ର ଯେ ଯୋଡି ହୋଇଗଲେ

ହେଲା କେତେ ଆଲୋଚନା 

କେତେ କେତେ ତଥ୍ୟ

କେତେ ପରୀକ୍ଷଣ

କେତେ ଯେ ଅବଧାରଣା 


ଘରେ ରହି ପିଲା ସୁରକ୍ଷିତ ଭାବେ 

କଟାଇଲେ ନିଜ ଦିନ 

ତା ସାଥିରେ ପୁଣି ଶିକ୍ଷଣ କାର୍ଯ୍ୟରେ 

ନିବେଶ କଲେ ଯେ ମନ 


ତଥାପି କେଜାଣି ଉପାନ୍ତ ଅଞ୍ଚଳେ 

ଏହା ଏକ ପ୍ରଶ୍ନବାଚୀ 

ଯୋଜନା ଯେଉଁଠି ବାଟରେ ଅଟକେ

ନେଟ କେ ପାରେ ପହଂଚି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract