Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Abstract Inspirational Others

2  

Anita Jena

Abstract Inspirational Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
18


କରୋନା ଆସିଲା ସଙ୍ଗେ ଘେନି

     ଅନେକ ବ୍ୟାପକ ବ୍ୟବସ୍ଥା,

ପିଲାଙ୍କ ପାଇଁ ନେଇ ଆସିଲା  

   ଆଧୁନିକ ଅନଲାଇନ୍ ଶିକ୍ଷା ।


ମହାମାରୀ କଲା ଭୟ ର ସଞ୍ଚାର

  ବନ୍ଦ ରହିଲା ସ୍କୁଲ୍ କଲେଜ ଯା ଆସ

ଅନଲାଇନ୍ ଶିକ୍ଷା ର ପ୍ରସାର ଘଟିଲା

   ପିଲାଙ୍କୁ ତାଗିଦ୍ ଫୋନ୍ ପାଖେ ବସ ।


କଙ୍କଡାକୁ ଗୋଳିଆ ପାଣି

    ସୁହାଇଲା ପରି,

ପିଲାଙ୍କ ହାତରେ ସ୍ମାର୍ଟ ଫୋନ୍

   ଗେମ୍ସ ଆଗରେ ଶିକ୍ଷା ଯାଏ ହାରି ।


ଦିନ ରାତି ହାତେ ଫୋନ କୁ ଧରି

     କୁହନ୍ତି ପଢ଼ୁଛୁ ପାଠ,

ବାପା ମା ଦେଖି ହୁଅନ୍ତି ଖୁସି

  ଭାବି ପିଲା ଆମ ଆଉ କରୁନି ମଠ ।


ଅନଲାଇନ୍ ଭିଡିଓ କଲ୍ ରେ

       ସାର୍ ପଢାନ୍ତି ପାଠ,

ପିଲାଏ ସବୁ ମିୟୁଟ ମାରି

     ବାହାରେ କରନ୍ତି ନାଟ ।


ଗରିବ ର ଘରେ ଚୁଲି ଜଳେ ନାହିଁ

   ମିଳିବ କାହୁଁ ଶିକ୍ଷା ସୁବିଧା,

ପିଲାଏ ତାର ଗୁମୁରି କାନ୍ଦନ୍ତି

  ମରି ବସିଲାଣି କେତେ ପ୍ରତିଭା ।


ଭଲ ଦି ଅକ୍ଷର ପାଠ ପଢି ପିଲା

     ମଣିଷ ହୋଇବ ବୋଲି,

ଚାଷୀ ଧାନ ବିକି ଫୋନ୍ ଆଣେ

    ପେଟ ପାଟଣା ଭୁଲି ।


ଅନଲାଇନ୍ ଶିକ୍ଷା ରେ

    ହାସ୍ର ହୁଏ ଶିକ୍ଷା ର ମାନ,

ଏ ବ୍ୟବସ୍ଥା ରେ ଫେଲ୍ ମାରୁଛି

     ସର୍ବ ଶିକ୍ଷା ଅଭିଯାନ ।


ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ

     ସମ୍ଭବ ଯେ ଆଉ ନୁହେଁ,

କରୋନା ହାରିଲେ ବିଦ୍ୟାଳୟ ଆସିବ

   ସରକାର ଯେ ଆମ କୁହେ । ।


Rate this content
Log in

Similar oriya poem from Abstract