STORYMIRROR

PUSPALATA SAHOO

Children

3  

PUSPALATA SAHOO

Children

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
187

ପୁଅଟା ମୋହର ଭାରି ଖୁସି ହୁଏ 

ଆଜି କାଲି ପାଠ ଦେଖି 

ଅନଲାଇନରେ ପଢୁଛି ତ ସିଏ !!

ମୋବାଇଲ ପାଖେ ରଖି 


ବହିକୁ କରୁଛି ଦୂରରୁ ଜୁହାର 

ଖାତା ହୁଏନି ଦରକାର !!

ଯେତେ ସବୁ ପାଠ ସେଥିରେ ରହିଛି 

ଏପରି ପଢା ମଜାଦାର 


କେବେ ପଢେ ବସି ଛାତର ଉପରେ !!

କେବେ ଚଢେ ଯାଇ ଗଛରେ 

ନେଟଟା ଯଦି ଫେଲ ମାରିଲା 

ପାଠ ରହିଲା ଅଧା ବାଟରେ !!


ସରକାରଙ୍କର ତାଗିଦ ଜବର 

ଅନଲାଇନ ପଢା ପାଇଁ 

ଶିକ୍ଷକ ଛାତ୍ର ଗ୍ରୁପ କରିବେ ପାଠ 

ପଢିବେ ଘରେ ରହି !!


କରୋନା ଭୂତାଣୁ କରୁଛି ଅଥୟ 

ସଭିଙ୍କୁ କରୁଛି ବଣା 

ସ୍କୁଲ ଖୋଲିବା ଆଶା ଆଉ ନାହିଁ 

ମୋବାଇଲରେ ସବୁ ଜଣା !!


ମୋବାଇଲରେ ଅନଲାଇନ ପାଠ 

ମନରେ ଭରିଛି ଆଶା 

ନୂତନ ପୀଢ଼ିର ପିଲାଏ ପଢିବେ 

ହେବ ସଭିଙ୍କୁ ଭରସା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children