STORYMIRROR

Kalandi pal

Inspirational

3  

Kalandi pal

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
364

କେତେ ଯେ ପ୍ରତିଭା

ଝରି ପଡୁଥିଲେ 

  ବଣେ ବଣ ମଲ୍ଲୀ ପରି.

ରହି ଯାଉଥିଲା

ମନର ବେଦନା

  କଲମ ମୁନରେ ଖାଲି. Ll


ଅନଲାଇନ ଆସର

ଭରିଦେଲା ଜ୍ଞାନ

  ପୁଲକିତ କବି ଗଣେ.

କବିର ଚାତୁର୍ଯ୍ୟ

ବାଣ୍ଟିବା ପାଇଁକି

  ପ୍ରତି କବି ପ୍ରାଣେ ପ୍ରାଣେ. Ll


ଲେଖିବା ଶିଖିବା

ତ୍ରୁଟି ସୁଧାରିବା

  ଅନଲାଇନ ଆସରେ ମିଳେ.

ପ୍ରତିଯୋଗିତାରେ

ସ୍ଥାନ ମିଳେ ଏଠି

  ମନେ ମନୋବଳ ବଢେ. Ll


ସାହିତ୍ୟର ପୃଷ୍ଟ -

ପୋଷକ ଅନଲାଇନ

   ସାହିତ୍ୟର ଭାଷା ନେଇ.

ବିଶ୍ୱର ଆସରେ

ପ୍ରତି ପୁରେ ପୁରେ

   ସାହିତ୍ୟକୁ ପହଞ୍ଚାଇ. Ll


ଭରିଦିଏ କବି 

ଲେଖକ ମନରେ

  ନୂଆ ନୂଆ ଭାଷା ଗୁଚ୍ଛ.

ନୂଆ ଉନ୍ମାଦନା

ନୂତନ ଭାବନା

   ପରିକଳ୍ପନାର ପେଚ. Ll


କବିତା ହେଉ ବା

ଗୀତି କବିତା

   ଗଳ୍ପ,ପ୍ରବନ୍ଧ, ଉପନ୍ୟାସ.

ସୃଷ୍ଟି କର୍ତ୍ତା ଭାଷା

ବୁଝନ୍ତି ପାଠକେ

   ଫୁଟିଉଠେ ସୁଖ ବାସ. Ll


ଅଡିଓ, ଭିଡିଓ

ପ୍ରତିଯୋଗିତାରେ

   ସଜାନ୍ତି ନିଜକୁ ନିଜେ.

ସଫଳତା ପାଇଁ 

ମନୋବଳ ବଢେ

   ଉଚ୍ଚ ଭାଷା ମନ ଖୋଜେ. Ll


କବି ଚାହେଁ ନାହିଁ

ପରିଶ୍ରମ ମୂଲ୍ୟ

   ସମ୍ମାନଟି ତାର ବେଶୀ.

ସମ୍ମାନର ଦାସ

ସଦା କବିକୁଳ

   ଦିନ କାଟେ ହସି ହସି. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational