STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

"ଅନିଶ୍ଚିତତା ମଧ୍ୟେଆଗାମୀ ବଂଶଧର"

"ଅନିଶ୍ଚିତତା ମଧ୍ୟେଆଗାମୀ ବଂଶଧର"

1 min
307

ଚତୁର୍ଦ୍ଦିଗେ ଘୋଟିଛି ଅନ୍ଧକାର

 ମନୁଷ୍ୟ ମନେ 

   ପୁରିତ ଅହଂକାର

 ବନ୍ୟା, ବାତ୍ୟା, ପ୍ରାକୃତିକ

   ବିପର୍ଯ୍ୟୟେ ଏ ଧରା ଭରପୁର

ତଥାପି ଏ ମଣିଷ

    ଶିଖେନା କିଛି

କରିଚାଲେ ଅନ୍ୟାୟ ଅତ୍ୟାଚାର 

ଜୀବନ ଆଜି ହାହାକାର

ଅନିଶ୍ଚିତତା ମଧ୍ୟେ 

  ଆଗାମୀ ବଂଶଧର ।

ଏତେ ପରେ ବି

 ଭାଙ୍ଗେନା ଗର୍ବ, ଦର୍ପ

ଏ ସଭ୍ୟ, ଶିକ୍ଷିତ ମନୁଷ୍ୟର

ନିଶା ଘାରିଛି ତା'ର

 ଧନ ରୋଜଗାର

କ୍ଷମତା ହାତେଇବା ପାଇଁ

  ଚକ୍ରାନ୍ତ ରଚେ ବରାବର

ସତେ କି ଏ ମଣିଷ

  ପାଲଟିଛି ଆଜି ବର୍ବର ?

ମିଥ୍ୟା ଅହମିକା ଦେଖାଏ

ମିଥ୍ୟା ପ୍ରହେଳିକା ପଛେ ଧାଏଁ

କ'ଣ ଯେ ସେଥିରୁ ପାଏ

ମଣିଷ ଅବାଟକୁ 

କିମ୍ପା ଏତେ ଭଲପାଏ

କି ସୁଖ ଅବା

ସେଥିରୁ ଯେ ପାଏ

ଦୁର୍ନୀତି, ଭ୍ରଷ୍ଟ ପଥକୁ

କାହିଁକି ଯେ ଆପଣାଏ

କୁଣିଆ ଅଟେ

 ଏ ସଂସାରେଦୁଇଦିନର

ଲୋଭ, ମୋହେ ପଡି

  କିମ୍ପା ହୁଏ ହରବର ?

ସବୁ ସଂପର୍କର

 ଛିନ୍ନ କରେ ଡୋର

   ସ୍ଵାର୍ଥ ପାଇଁ ପରକୁ

 କରେ ଆପଣାର

ଆପଣାକୁ ଗଢିତୋଳେ ପର

 ଗଢି ଅଟ୍ଟାଳିକା ଅହମିକାର

ମତଗର୍ବ ଦର୍ଶାଏ ପ୍ରାଚୁର୍ଯ୍ୟର

ନିଃଶ୍ଵାସେ ନାହିଁ ବିଶ୍ଵାସ

  ବୁଝେନା ଏ ମଣିଷ ଛାର ।

ଡିଣ୍ଡିମ ପିଟୁଛି ବୁଦ୍ଧିମାନ୍ ପ୍ରାଣୀ

ଏ ଜୀବ ଜଗତର

ହୀନ କର୍ମେ ଲିପ୍ତ ରହି

ରଚୁଛି କି ସୁନାମ

ଏ ମଣିଷ ଜାତିର

ସବୁ ହିଂସ୍ର ପଶୁଙ୍କ ଠାରୁ

ମଣିଷ ଯେ ଏବେ

ଅଧିକ ହିଂସ୍ର ଶତବାର

 ଉଦାହରଣ ଦେଉଅଛି

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆମର

ଶିକ୍ଷା ଓ ସଭ୍ୟତା ନାମେ

ଆଜି ନିଜକୁ

ସଜାଇଛି ମଣିଷ ବର୍ବର

ନିଜ ହସ୍ତେ ସମାଧି ଦିଏ

  ତା ନିଜ ମଣିଷ ଜାତିର

ଚତୁର୍ଦ୍ଦିଗେ ଘୋଟିଛି ଅନ୍ଧକାର

ଯୁଦ୍ଧର ନିନାଦ,

   ଆତଙ୍କର ପ୍ରମାଦ

ରଚୁଛି ମଣିଷ ସ୍ଵହସ୍ତେ 

ତାଣ୍ଡବ ଲୀଳା ବିଶ୍ଵ ଧ୍ଵଂସର

ଜୀବାଣୁ, ଭୂତାଣୁ ଆଦି

ପରିବେଶ ବିଷାକ୍ତେ

ଏବେ ଭରପୁର

ଜୀବନ ଆଜି ହାହାକାର

ଜୀବିକା ହେଲାଣି ଛାରଖାର

ଚତୁର୍ଦ୍ଦିଗେ ଘୋଟିଛି ଅନ୍ଧକାର

ଅନିଶ୍ଚିତତା ମଧ୍ୟେ

    ଆଗାମୀ ବଂଶଧର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy