STORYMIRROR

Lipi Sahoo

Abstract

2  

Lipi Sahoo

Abstract

ଅନୀର୍ବଚନୀୟ

ଅନୀର୍ବଚନୀୟ

1 min
127

ଅସମାହିତ ନିରଵତା

ଆହ୍ଲାଦିତ ସୁଗନ୍ଧି

ଅବ୍ୟକ୍ତ ଶୀତଳତା

ମୁହୂର୍ତ୍ତକେ ଆନନ୍ତଜୀବନ ଜୀଁବାର ଆଭିଳାଷା

ଏଇ କଣ ନିର୍ବାଣର ଚରମସୀମା ? ।।


ଆନ୍ତରଙ୍ଗ ରହସ୍ୟମୟ ଆକାଶ

କେବଳ ମୁଁ ହିଁ ମୁଁ ପ୍ରସାରିତ ଆତ୍ମା

ପ୍ରଶାନ୍ତିର ପାରାବାରେ ଡୁବି ଯାଏ ସମସ୍ତ ଅଭିପ୍ସା

ସୀମାହୀନ ଆନନ୍ଦର ଚିରନ୍ତନ ଅମୀୟ ଧାରା

ଆଲିଙ୍ଗନ କରେ କେବଳ ପରିପୂର୍ଣଶୂନ୍ୟତା ।।


ବିଧୂନିନ୍ଦୀତ କାନ୍ତୀ ମନୋହରା

ପରିତୃପ୍ତ ଆତ୍ମା ପ୍ରାପ୍ତିର ଖୋଜେ ପରିଭାଷା

ଛନ୍ଦାଚରଣେ ନତ ହୁଏ ଯେବେ ଯେବେ ମଥା

ଅଞୁଳି ଭରା ନୀଳମୃତ୍ୟୁର ମାଗେ ଭିକ୍ଷା

 ଯହିଁ ସଦା ବିରାଜିତ ଅବ୍ୟକ୍ତ ତୂରୀୟ ଅବସ୍ଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract