STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଅଙ୍କା ବଙ୍କା ନଈ

ଅଙ୍କା ବଙ୍କା ନଈ

1 min
441

 ବଙ୍କା ନଈ

ଏଇ ଜୀବନ ଅଙ୍କା ବଙ୍କା

ଏକ ନଈ

କେବେ ପାଣିରେ ଟୁଳୁ ଟୁଳୁ ହୁଏ;

କେବେ ଶୁଖିଲା ଯାଏ ତ ହୋଇ

ଅଂଶୁଘାତ ଆସେ ନେଇ।

ଆସେ ଯେବେ ବନ୍ୟା ଏ ନଈରେ କେବେ

ମନ ହୃଦ ବୁଡି ଯାଏ;

ଆଖି ଆକାଶକୁ ଆଷାଢ଼ ଶ୍ରାବଣ

ଭାରି ଭଲ ପାଉଥାଏ।

ଶୁଖିଯାଏ ଯେବେ ଏ ନଈଟି କେବେ

ଟକ ଟକ ବାଲି ଫୁଟେ

ଦୁଃଖ ବିପଦର ଝଡ଼ ଝଞ୍ଜା ଝାଞ୍ଜି

ମଣିଷକୁ ଭଲପାଏ।

କେବେ ଫୁଲେଇ ହୁଏ ଏହି ନଈ

ଗୁଣୁ ଗୁଣୁ ଗୀତ ଗାଇ

ଅଧୀରେ ବିଭୋରେ ବହିଯାଏ ସେତ

ଇପ୍ସିତେ ମିଶିବା ପାଇଁ।

ବହିବା ପଥରେ ଭେଟ ହୁଏ କେତେ

ସମ୍ପର୍କର ମୁହଁ

ଏଇ ସମ୍ପର୍କ ହସାଇ କନ୍ଦାଇ

ଦେଇଥାଏ କେତେ ମୋହ।

ମୋହ ମାୟାରେ ଛନ୍ଦି ହୋଇ

ଜୀଵ

ସବୁକିଛି ଭୁଲିଯାଏ

ମୋର ମୋର କହି ଦଉଡୁ

ଦଉଡୁ

ଗୋଡ଼ ହାତ ଛିଣ୍ଡିଥାଏ।

ଏ ନଈର ଉତ୍ସ ଜନମ ହୋଇଲେ

ମରଣ ଶେଷ ଠିକଣା

ଜନମୁ ମରଣ ଯାତ୍ରା ପଥରେ

ଚାଲୁ ଚାଲୁ

ହୁଅନାହି ବାଟବଣା।

ବେଳୁ ସାବଧାନ ହୁଅ ମୁଢ ମନ

ଆସିଛୁ ଲଙ୍ଗଳା ହୋଇ

ଆସିଥିଲୁ ଏକା ଯିବୁ ଆରେ

ବାବୁ

ଲଙ୍ଗଳା ଓ ଏକା ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational