ଅନ୍ଵେଷଣ
ଅନ୍ଵେଷଣ


କେଉଁ ଏକ ଗୁପ୍ତଧନର ସନ୍ଧାନରେ
ମାଡିଚାଲିଛି ସେ
ଲଙ୍ଘିଛି ସେ ସୁଖ ବର୍ତ୍ତମାନ,
ଭୁଲିଛି ସେ ପ୍ରିୟ-ପରିଜନ,
ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ଵଜନ l
ସ୍ଵପ୍ନ ସବୁ ତାର ସୀମାହୀନ,
ଯୋଜନା-କାର୍ଯ୍ୟକାରିତା ଅକାରଣ;
ନାହିଁ ସେଠି ବୃଥା ଆସ୍ଫାଳନ,
ସମସ୍ୟା ବା ତଦଜଡିତ ସମାଧାନ l
କିନ୍ତୁ, ଅଛି ଏକ
ସର୍ତ୍ତହୀନ ଇସ୍ତାହାର ପ୍ରଦର୍ଶନ l
ସେଥିପାଇଁ ସରୁପଛେ ଏଇ
ତମାମ ଜୀବନ,
ଭୋଗୁ ସ୍ଵର୍ଗସୁଖ ଅବା ନିର୍ବାସନ,
ଅଥଚ, ସରିବନି ତାର ଏଇ ଅନ୍ଵେଷଣ l