STORYMIRROR

Santosh Pattnayak

Inspirational

4  

Santosh Pattnayak

Inspirational

ନୂଆଁ ସକାଳ

ନୂଆଁ ସକାଳ

1 min
24.2K


ଅଧର୍ମ ଜ୍ବାଳାରେ ଧରମ ଦେବତା 

  ମୁହଁ ଲୁଚେଇଲେ ପାହାଡ ପଛେ

ନ୍ୟାୟ ପାଇଁ ଆଜି ବନ୍ଧା ବିବେକଟା 

   ଜନତାର ସନ୍ଧି ହିଂସାର ସାଥେ

ଅହିଂସା ମନ୍ତ୍ରଟା ଅକାମୀ ଏଇଠି 

 ନେତାଜୀ ମନ୍ତ୍ରରେ ଜାଗରେ ସର୍ବେ

ନବ ଚେତନାର ଉନ୍ମାଦନା ନେଇ 

  ଚଳିବା ନୂତନ ସକାଳ ମାର୍ଗେ.....


ଜଞ୍ଜାଳ ଭିତରେ ଭୁଲିଯାଅ ନାହିଁ 

   ବିଗତ ହିଂସାର ଅଭୁଲା କ୍ଷତ

ହସ-ଲୁହ ସୁଅରେ ଭସାଅନି ମନ 

  ଉତ୍କଳ ଗୌରବ ପାଇକ ସୁତ

ଜାଗୁ ପ୍ରତିପ୍ରାଣ ଜନନୀର ସ୍ବାର୍ଥେ

  ହିଂସାରେ ସାଗରେ ନହୁଅ ମତ୍ତ

 ବିବେକ ଜଗାଅ ଚେତନାର ପଥେ

  ଲଭିବ ନିଶ୍ଚିତ ନୂତନ ପ୍ରାତଃ....।


Rate this content
Log in

Similar oriya poem from Inspirational