Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Inspirational

4  

Manorama Mohanty

Inspirational

ମୋ ଗାଁ

ମୋ ଗାଁ

1 min
407



ଦୂର ରୁ ମୋ ଗାଁ ଦିଶୁଛି 

     ଆମ୍ବ ତୋଟା ଭିତରେ 

ତାଳଗଛ ଘେରି ରହିଛି 

     ଝଙ୍କା ଡାଳ ପତରେ ¡


ପାହାନ୍ତାରୁ ଶୁଭେ ଗାଁରେ 

      କାଉ କୁକୁଡ଼ା ଡ଼ାକ 

ସଞ୍ଜ ହେଲେ ନିତି ଦେଉଳେ 

       ଦୀପ ଜାଳନ୍ତି ଲୋକ ¡


ଚାରିଟାରେ ଗୋରୁ ମଇଁଷି 

     ଆସେ ଗୋଠରୁ ଫେରି 

ଡେଇଁ ଡେଇଁ ଆସେ ଖୁସିରେ 

     ଗାଈ ସଙ୍ଗେ ବାଛୁରୀ ¡


ହଳକାମ ସାରି କ୍ଷେତରୁ 

      ଚଷା ବାହୁଡ଼ି ଥାଏ 

ଗୀତ ପଦେ ପଦେ ବାଟରେ 

     ମନ ମଉଜେ ଗାଏ ¡


ଗାଆଁ ଦାଣ୍ଡେ ଖେଳ ଖେଳଇ 

     ସାଙ୍ଗ ସାଥିରେ ମିଶି

ପୋଖରୀ ରୁ ମାଛ ମାରଇ 

     ହାତେ ଧରି ବନିଶୀ ¡


ବାଡ଼ି ବଗିଚା ରେ ପାଚିଲା 

     ଫଳ ପାଚି ଝୁଲଇ 

ସଂସାରେ ମୋ ଗାଆଁ ସୁନ୍ଦର        

     ସଦା ମନ ମୋହଇ ¡


ସବୁଠୁ ମୋ ଗାଆଁ ମହାନ 

     ତାକୁ ଭୁଲିବି ନାହିଁ 

ଜୀବନ ଦେଇ ମୁଁ ତାହାର 

     ଟେକ ରଖିବି ମୁହିଁ ¡¡¡¡



Rate this content
Log in

Similar oriya poem from Inspirational