STORYMIRROR

Kalyani Hota

Inspirational

4  

Kalyani Hota

Inspirational

ନାରୀ ର ସଂଜ୍ଞା

ନାରୀ ର ସଂଜ୍ଞା

1 min
404


ଜନନୀ ଅଟେ ସେ, ସର୍ବଂସହା ଧରଣୀ

ତା ହୃଦୟ ଏକ ଅକଳନ୍ତା ଭୂମି

ଅକ୍ଷୁବ୍ଧ ଅକ୍ଷର ତୂଳିକା ତା ହସ୍ତ

ମାନବପଣ ସୃଷ୍ଟି କରେ ସେ ଅଗଣିତ


ଅଙ୍କଲକ୍ଷ୍ମୀ ସେ ସୁଶୋଭିତ ଗୃହର

ସାତ୍ତ୍ୱିକ ମନେ ସଭିଙ୍କୁ କରେ ନିଜର

ସିମୀତ ପରିଧି ମଧ୍ୟେ କ୍ଷୁଦ୍ର ଅକ୍ତିଆରି

ଅଧିଶ୍ରୟଣୀର ସେ ଅଟେ ପ୍ରହରୀ


ସନାତନ ଧର୍ମ ର ସେ ଅଗଣା ତୁଳସୀ

ଦୁର୍ବଳା ନୁହେଁ ସେ ସଦା ମହୀୟସୀ

ସତୀଦାହ ସହିଛି ସେ ସାଜ୍ଜି ସାଧବୀ

ଦନୁଜ ଦଳିନୀ ସେ ସେହି ଦୁର୍ଗା ଦେବୀ


ଅତିକ୍ରମ କରିଛି ସେ ତିନି ପାହାଚ

ଜନନୀ, ଭଗିନୀ ଓ ଜାୟା ଅତ୍ୟୁଚ୍ଛ

ଗର୍ଭକଷ୍ଟ ସହିଛି ସେ ହୋଇ ସଗର୍ଭା

ବଂଶରକ୍ଷା କରିଛି ସେ ଅଟେ ଦୁର୍ଲ୍ଲଭା


ପୂର୍ଣ୍ଣଚ୍ଛେଦ ଆସେନାହିଁ ତା ଜୀବନପଥେ

ପ୍ରାଣପଣେ ଖଟେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତେ

ଅନ୍ତଃସଳିତା ହୋଇ ଜଳୁଥାଏ ଅନ୍ତରେ

ଅଭିନୟ ନାୟିକା ସେ ଏ ରଙ୍ଗମଞ୍ଚ ରେ


ଅବିଶ୍ରାନ୍ତ ଯନ୍ତ୍ରୀ ସାଜ୍ଜି ଭୂମିକା ନିଭାଏ

ଶହ ଶହ ଥର ଚିନ୍ତି ସେ ପାଦ ପକାଏ

ତଥାପି ସେ କଳଙ୍କିତା ତା ପୂଣ୍ୟ ନାମରୁ

ଦୃଷ୍ଟାନ୍ତ ଭରି ରହିଛି ଆମ ଇତିହାସ ରୁ


ଜନନୀର ସଂଜ୍ଞା ଅଟେ ମହାତ୍ୟାଗୀ

ସନ୍ତାନ କଳ୍ପତରୁ ସେ ଅଟେ ବୈରାଗୀ

ସତେ ଏ ଭୀମସ୍ଥଳେ ରାଜ୍ୟ ପ୍ରାପତି

ତ୍ରିଶଙ୍କୁ ଅବସ୍ଥା ମଧ୍ୟେ ଅତି ଅଧମ ଗତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational