STORYMIRROR

Sukanti Hotta

Inspirational

4  

Sukanti Hotta

Inspirational

ଗୁହାରି ଶୁଣ ମଣିମା

ଗୁହାରି ଶୁଣ ମଣିମା

1 min
117

ଦିବାନିଶି ଗଲା ବିତି  

ଯୋଦ୍ଧା ଗଣ ଗଲେ ଥକି 

ଯୁଝିବାକୁ ଦିଅ ଶକ୍ତି 

ଅନୁତପ୍ତ ହୃଦୟରେ 

ବୁଧିଶୂନ୍ୟ ବିବେକରେ 

ଅଶ୍ରୁଭରା ନୟନରେ 

ମାଗୁଛୁ ଭିକ୍ଷା 

ଦିନଦୁଃଖୀ ଆତୁରରେ 

ଖାଦ୍ୟ ପାଇଁ ବିକଳରେ  

ଆବଦ୍ଧର କୋଠରୀରେ 

ହାତ ଯୋଡି କରନ୍ତି ପ୍ରାର୍ଥନା 

ଗୁହାରି ଶୁଣ ମଣିମା 

ଗୋଡ଼ ନାହିଁ ଅଧା ହାତ  

ଆସିବ ତୁମେ କେମନ୍ତ 

କଥାକୁହା ଚକାଆଖି 

ଅଧରରେ ଦିଅ ହସି 

ବିନା ଭକ୍ତେ ତୁମେ ଖୁସି 

ଗମ୍ଭିରା ଭିତରେ ବସି 

ଲୀଳାମୟ କରୁଛ ଲୀଳା 

ଵିପତ୍ତିରେ ବୁଡୁଛି ଭେଳା 

ଉଦ୍ଧାର ହେ ଚକାଡୋଳା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational