STORYMIRROR

Sudipta Behera

Abstract

2  

Sudipta Behera

Abstract

ଅନେକ କଥା ବାକି ଅଛି

ଅନେକ କଥା ବାକି ଅଛି

1 min
156

ଅନେକ କଥା ବାକି ଅଛି

କହିବାକୁ ତୁମକୁ

ଯଦି କେବେ ଦେଖା ଦିଅ

ପଚାରିବି ନିଶ୍ଚୟ

ମୃତ୍ୟୁ ଯଦି ଚିର ସତ୍ୟ

ତା ହେଲେ ନିତି ନିତି ଜନ୍ମ୍ ମୃତ୍ୟୁ ର ଅଭିସାର କାହିଁକି

ଲୋଭ ମୋହ ବଶବର୍ତ୍ତୀ

ମାନବ କାହିଁ ଆଜି

ଦାନବ ସାଜିଛି

ଖାଲି ହାତେ ଆସିଥିବା ମଣିଷ

ସବୁ ନେଇ ଯିବାର ଆକଂକ୍ଷା ରେ

ସଦା ଚେଷ୍ଟିତ କାହିଁକି

କାମନାର ବିନାଶରେ ଦୁଃଖର ବିନାଶ

ତଥାପି... ଶେଷ ପର୍ଯ୍ୟନ୍ତ

କାମନାର ଅନ୍ତ ଘଟେ ନାହିଁ କାହିଁକି

ଦେଇ ପାରିବ ବାକିଥିବା

ମୋ ପ୍ରଶ୍ନର ଉତ୍ତର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract