STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଅନ୍ଧକାର

ଅନ୍ଧକାର

1 min
260


ନ ଥିଲେ କି ଅନ୍ଧକାର

  ମିଳି ଥାନ୍ତା ଆଲୋକର ଠିକଣା

ଆଲୁଅ ଅନ୍ଧାର ମିଶି

  ସୃଷ୍ଟି ହୁଏ ଏ ସୁନ୍ଦର ଦୁନିଆଁ।।।


ନ ଥିଲେ କି ଦଶାନନ 

  ଘଟନ୍ତା ଉତ୍ପାତର ଅନ୍ଧକାର

ରଚିଥାନ୍ତେ ପ୍ରଭୁ ସତେ

  ଇତିହାସ ଏକ ନୂଆ ସୂର୍ଯ୍ୟର।।।


କଂସ ଶିଶୁପାଳ ବିନା

ଲାଗ ନ୍ତାଗୋପ ମଥୁରାରେ ପାଲା

ଆସନ୍ତେ କି ବାସୁଦେବ

  କରନ୍ତେ ଏକ ପ୍ରେମମୟ ଧରା।।।


କେଉଁ ଯୁଗରୁ ରହିଚି ଯେ

  ଅନ୍ଧାର,ଆଲୋକ ସନ୍ଧାନ ପାଇଁ 

ନିବିଡ଼ ଡୋରିରେ ବନ୍ଧା 

  ସତେ ଖେଳ ଏହା ଖରା ଓ ଛାଇ।।।


ତଥାପି ଆଜି କାହିଁକି 

  ଧରା ଲାଗେ ଘନ ଅନ୍ଧକାରଛନ୍ନ

ହଜି ଗଲା ଦିଗ କାହିଁ

  ମିଳେ ନାହିଁ ଯହିଁ ଆଲୋକର ଚିହ୍ନ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational