STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଅନ୍ଧକାର

ଅନ୍ଧକାର

1 min
216


ଆଉ ରବି ନାହିଁ, ଉଜ୍ଜ୍ବଳ ଆକାଶ ନାହିଁ

ଏ ଜୀବନ ପାଲଟିଯାଇଛି ଅସରନ୍ତି ରାତି

କୋହ ବଢିବଢି ଚାଲିଛି ଅନ୍ତରେ ଅନ୍ତରେ

ଲାଗୁଥାଏ ଭୟ କାଳେ ଫାଟିଯିବ ଛାତି, 

ଗଣ୍ଡାଗଣ୍ଡା ଉପଦେଶ, ନୀତି, ମହତବାଣୀ

ସବୁ ଲାଗେ ତୁଚ୍ଛ ଯେତେ ପ୍ରେରଣା କାହାଣୀ, 


ଜୀବନ ନିର୍ବାଚନରେ ଯାଇଛି ହାରି ଏ ମନ-ସରକାର

ନିଦ ଛାଡ଼ିବାଠୁ ନିଦ ଆସିବାଯାଏ କେବଳ ଅନ୍ଧକାର, 


ସକରାତ୍ମକତାର ମଧ୍ଯ ରହିଥାଏ ଏକ ସୀମା

କହିବା ସହଜରେ ବାବୁ ବଞ୍ଚିପାରିବୁନି ତୁ ଜମା

ଚାଲିଛି ହୃଦୟଟାର ଅସ୍ତ୍ରୋପଚାର ବାରବାର

ସବୁଜାଣେ ସବୁଚିହ୍ନେ ତଥାପି ବିବେକ ଲାଚାର, 

ଅଜବ ରକ୍ତ-ସମ୍ପର୍କର ମୋହ, କରେ ଅସହାୟ

ସତ୍ଯ ବି ହାରିଯାଏ ଏଠି, ଯେବେ ଗଡ଼ିଯାଏ ସମୟ, 


ଅନେକ ହରାଇଲା ପରେ ଅନୁଭବ ହୁଏ କିଛି ନଥିବାର 

ସମୟ ସରିଗଲେ ପ୍ରଚଣ୍ଡ ସୂର୍ଯ୍ୟତାପ ବି ଲାଗେ ଅନ୍ଧକାର, 


ଈଶ୍ବର ଚାହୁଁଛନ୍ତି ବୋଧହୁଏ କରିବାକୁ ପ୍ରମାଣିତ

ସମ୍ପୂର୍ଣ୍ଣ ଭୁଲଥିଲା ବ୍ୟର୍ଥ ଥିଲା ତୋର ସବୁ ନିଷ୍ପତ୍ତି

ତୁ ଆଉ ଦେଖିପାରିବୁନି ସ୍ୱଚ୍ଛ ସୁଖର ଉଜ୍ଜ୍ବଳତା

ନିଶ୍ୱାସ ଥିବାଯାଏ ବିତାଇବୁ ପ୍ରାଣ ସାଙ୍ଗେଥିବ ରାତି, 

ପ୍ରାୟ ତୁ ସରିଗଲୁଣି ଆଉ କିଛି ବର୍ଷ ମାତ୍ର ବାକି

ତୋ' ଛଡ଼ା ତୋତେ କେହି ଚିହ୍ନନ୍ତିନି, ତୁ ତୋର ସାକ୍ଷୀ, 


ଭୁଲିଯା' ତୁ ନିର୍ମଳ ଶୁଭ୍ର ଶୋଭିତ ନୀଳରୂପ ଆକାଶର

ରହିବ ତୋର ସାଥୀରେ ଅମାବାସ୍ଯାଠୁ ଅଧିକ ଅନ୍ଧକାର। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract