ଅନ୍ଧକାର
ଅନ୍ଧକାର
ସାଥୀ ତତେ ଭଲପାଇ
ଅନ୍ଧକାର କୁ ଆପଣେଇଲି
ଆଲୁଅ ମୋ ଠାରୁ ଏଵେ ବହୁ ଦୂରେ।
ପରିବାର କଥା ନ ମାନି
ହସଖୁସି ମୋର ସବୁ ଛାଡ଼ିଦେଲି।
ତୋ ସାଥେ ମୁଁ ଆସିଲି
ମୋ ବାପାମାଆଙ୍କ ସେନେହ ମମତାକୁ
ପର କରି ଆସିଲି
ତୋ ପାଖକୁ ଗଢିଵି ବୋଲି
ଭଲପାଇବାର ଏକ ସୁନ୍ଦର ସଂସାର।
ହେଲେ ତୋ ସେ ଭଲ ପାଇବା
କେବଳ ଥିଲା ମୋ ସୁନ୍ଦରତା ପାଇଁ
ଯେବେ ମୋ ଠାରୁ ତୁ ଆଉ
ଏକ ସୁନ୍ଦରୀ ଝିଅ ଦେଖିଲୁ
ମୋତେ ଛାଡ଼ି ତା ପାଖକୁ
ତୁ ଚାଲି ଗଲୁ।
ମୋ ଜୀବନ ଓ ମୋ ଭବିଷ୍ୟତ
କରିଦେଲୁ ତୁ ଅନ୍ଧକାର।
ଭଗବାନ ପାଖରେ କରୁଛି
ମୁଁ ଏତିକି ପ୍ରାର୍ଥନା
ତୋ ପରି ସାଥୀ ଆଉ
କାହାକୁ ନ ମିଳୁ
କି ମୋ ପରି ଆଉ
ଜୀବନ ଓ ଭବିଷ୍ୟତ
ନ ହେଉ ତାର ଅନ୍ଧକାର।
