STORYMIRROR

Devipriya Das

Tragedy

3  

Devipriya Das

Tragedy

ଅନ୍ଧକାର

ଅନ୍ଧକାର

1 min
231

ସାଥୀ ତତେ ଭଲପାଇ

ଅନ୍ଧକାର କୁ ଆପଣେଇଲି

ଆଲୁଅ ମୋ ଠାରୁ ଏଵେ ବହୁ ଦୂରେ।

 ପରିବାର କଥା ନ ମାନି

ହସଖୁସି ମୋର ସବୁ ଛାଡ଼ିଦେଲି।

ତୋ ସାଥେ ମୁଁ ଆସିଲି

ମୋ ବାପାମାଆଙ୍କ ସେନେହ ମମତାକୁ 

ପର କରି ଆସିଲି

ତୋ ପାଖକୁ ଗଢିଵି ବୋଲି

ଭଲପାଇବାର ଏକ ସୁନ୍ଦର ସଂସାର।

ହେଲେ ତୋ ସେ ଭଲ ପାଇବା 

କେବଳ ଥିଲା ମୋ ସୁନ୍ଦରତା ପାଇଁ

ଯେବେ ମୋ ଠାରୁ ତୁ ଆଉ

ଏକ ସୁନ୍ଦରୀ ଝିଅ  ଦେଖିଲୁ

ମୋତେ ଛାଡ଼ି ତା ପାଖକୁ

ତୁ ଚାଲି ଗଲୁ।

ମୋ ଜୀବନ ଓ ମୋ ଭବିଷ୍ୟତ

 କରିଦେଲୁ ତୁ ଅନ୍ଧକାର।

ଭଗବାନ ପାଖରେ କରୁଛି

ମୁଁ ଏତିକି ପ୍ରାର୍ଥନା

ତୋ ପରି ସାଥୀ ଆଉ

କାହାକୁ ନ ମିଳୁ

କି ମୋ ପରି ଆଉ

ଜୀବନ ଓ ଭବିଷ୍ୟତ

ନ ହେଉ ତାର ଅନ୍ଧକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy