STORYMIRROR

Ghanashyam Biswal

Abstract Others

3  

Ghanashyam Biswal

Abstract Others

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
175

ମୋ ବାମ ଆଖିପତାରେ

ଥିବା କଳାଜାଇ କାଳେ ମୋ ଜୀବନର ବଡ଼ କଳଙ୍କ

ସେଦିନ ସନ୍ଧ୍ୟାରେ

ଆମ ଗାଁ ପଣ୍ଡିତ ବୁଢ଼ା କହୁଥିଲା

ଇଏ କୁଆଡ଼େ ମହାବିପଦର ସଙ୍କେତ

ଏମିତି ଚିହ୍ନ କାଳେ

କୋଟିଏରୁ ଗୋଟିଏ ଦେଖିବାକୁ ମିଳନ୍ତି

ତା ମତରେ

ମୁଁ କାଳେ ପୁରାପୁରି ମୂର୍ଖ ବାଳୁଙ୍ଗାଟିଏ ହେବି

ପାଠସାଠ ଜମାରୁ ପଢ଼ିବିନି

ବେଇମାନି ହେବି

ଶୁଣିବିନି କାହା କଥା

କି

ମାନିବିଵି କାହା ଉପଦେଶ


ହେଲେ

ମୋତେ ତ ପଢ଼ିବାକୁ ବେଶ ଭଲଲାଗେ

ଆଉ

ଆମ ସାର ଵି ମୋତେ ଭଲପିଲା ବୋଲି

କେତେ ସେନେହ ଆଦର କରନ୍ତି

ସେ ତ କୁହନ୍ତି

ମୁଁ ବଡ଼ ହେଲେ ବଡ଼ ମଣିଷଟିଏ ହେବି


ଆଉ

ଆମ ଗାଁ ଘୁମୁଡ଼ୁ ଅଜାର ପୁଅ

ନଟିଆ ବାମ ଆଖିରେ ଵି ତ

ଗୋଟେ ବଡ଼ କଳାଜାଇ ଅଛି

ହେଲେ ସେ ତ ପୁଣି

ଆମେରିକାରେ ଯାଇ ଡାକ୍ତର ହେଲାଣି !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract