STORYMIRROR

Salila Sarangi

Inspirational

4  

Salila Sarangi

Inspirational

ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପ

ଅନ୍ଧାରକୁ ଦୂର କରି ପାଳିବା ଆସ ଦୀପ

1 min
412

ସନାତନ ଧର୍ମ ସଂସ୍କୃତି ସମ୍ପନ୍ନ

ସବୁଠାରୁ ଯେ ନିଆରା

ଵାର ମାସେ ତେର ପରଵ ପାଳନ

 ଅଟେ ଶ୍ରେଷ୍ଠ ପରମ୍ପରା।


ସେହିପରି ଏକ ପର୍ବ ଦୀପାବଳି

ଆଲୋକର ସମାହାର

ହର୍ଷ ଉଲ୍ଲାସରେ ପରଵ ପାଳନ୍ତି

ଗ୍ରାମାଞ୍ଚଳ ଠୁ ସହର।


କାର୍ତ୍ତିକ ମାସର ଅମାବାସ୍ୟା ତିଥି

ଦୀପାବଳି ନାମେ ଖ୍ୟାତ

ପିତୃପୁରୁଷଙ୍କୁ ପିଣ୍ଡଦାନ କରି

ଦୀପ ଜାଳନ୍ତି ଗୃହସ୍ଥ।


ଘନ ଅନ୍ଧକାର ଦୂରିଭୂତ କରି 

 ଆଲୋକ ରାହା ଦେଖାଇ

କାଉଁରିଆ ଜାଳି ବଡ଼ ବଡିଆଙ୍କୁ

ଶ୍ରଦ୍ଧାରେ ଯେ ଡାକିଥାଇ।


ଗୃହ ଅଗଣାରେ ବିଭିନ୍ନ ବର୍ଣ୍ଣର

ମୁରୁଜରେ ଝୋଟି ଆଙ୍କି

ନୂତନ ଦୀପରେ ତଇଳକୁ ଭରି

ଆନନ୍ଦ ମନେ ଜଳାନ୍ତି।


ଏହି ପରଵରେ ବିଜ୍ଞାନ ସମ୍ମତ

କାରଣ ମଧ୍ୟ ନିହିତ

ଆଲୋକରେ ପଡି ପତଙ୍ଗ ଯେ ମରି

ଶସ୍ୟ କ୍ଷେତ ସୁରକ୍ଷିତ।


ଏ ତ୍ରୟୋଦଶୀ ରେ ମହାଲକ୍ଷ୍ମୀ ପୂଜା

ଅମାବାସ୍ୟା ରେ ମାଆ କାଳୀ

ପ୍ରତି ପୀଠ ସ୍ଥଳ ଉତ୍ସବ ମୁଖର

ଵାଣ ବାଦ୍ୟରେ ଉଛୁଳି।


ସତ୍ୟ ଯୁଗେ ରାମ ରାବଣକୁ ମାରି

ସୀତାଙ୍କୁ କଲେ ଉଦ୍ଧାର

ସୀତାଙ୍କୁ ସଙ୍ଗତେ ନେଇ ଏହି ଦିନ

ଫେରିଲେ ଅଯୋଧ୍ୟା ପୁର।


ନଗ୍ର ବାସୀ ସର୍ଵେ ସ୍ବାଗତ କରିଲେ

ଗୃହାଙ୍ଗନେ ଦୀପଜାଳି

ସେହି ଦିନ ଠାରୁ ପୈାରାଣିକ ମତେ

ଏ ଉତ୍ସବ ଦୀପାବଳି।


ଆଉ ଏକ ଶ୍ରୁତି ଵଳି ଯେ ଆସନ୍ତି 

ମର୍ତ୍ତ୍ୟକୁ ବର୍ଷ ରେ ଥରେ 

ମର୍ତ୍ତ୍ୟ ବାସୀ ତାଙ୍କୁ ଆଲୋକ ପ୍ରଦାନ

କରନ୍ତି ଦୀପାବଳି ରେ।


ଆସ ସର୍ଵେ ମିଳି ହିଂସା ଦ୍ୱେଷ ଭୁଲି

ଅନ୍ଧାର ଦୂରେଇ ଦେବା

ପ୍ରଦୀପ ଶିଖାରେ କୁ ଭାବନାକୁ

ମନରୁ ଧ୍ଵଂସ କରିବା ।


Rate this content
Log in

Similar oriya poem from Inspirational