STORYMIRROR

Sunanda Mohanty

Fantasy Thriller Others

3  

Sunanda Mohanty

Fantasy Thriller Others

ଅନ୍ଧାର

ଅନ୍ଧାର

1 min
139


ଅନ୍ଧାର ପଣତରେ ଭୟର ବସା

ସଁବାଳୁଆ ହେବାକୁ ପ୍ରଜାପତି

ଖୋଜୁଥାଏ ସ୍ବପ୍ନରୁ ବାସ୍ତବତା

ଅନ୍ଧାରୀ ମୂଲକରେ ଡର ଲୋକହସା

ନିଶା ଓ ପେଶା ଭିତରେ କାହା ଖୋଷା

ଚକମକ ପଣତରେ ଛଟା ଓ ଛିଟା

ମଖମଲ୍ଲୀ ଭାବନାରେ ବୁଢ଼ୀଆଣୀ ଜାଲ

ମଶା ମାଛି ମୂଷାଙ୍କ ରାଜୁତି ଗୁଡ଼ୁମ ଅକଲ

ଚନ୍ଦ୍ରମା ହଜିଯାଆନା ନୀଳ ଆକାଶ ବୁକୁରେ

ନା ଜୁଆର ନା ଭଟ୍ଟା ସମୁଦ୍ରରେ

ପ୍ରେମିକା ପ୍ରେମିକକୁ ଝୁରିମରେ

ଅବା ପ୍ରେମିକ ପଳାୟନପନ୍ଥୀ

ଏ ଅନ୍ଧାର ସୁଯୋଗରେ

ଅନ୍ଧାର ହେଲେ ଜୁଳୁଜୁଳିଆ ହାତଠାରେ

କେବେ କୋଉ ସାହିତ୍ୟ ମନସ୍କରେ

ମୁଁ ବିଭୋରେ ଅନ୍ଧାର ରହସ୍ୟ ଭେଦି

କବିତା ଲେଖିବାରେ

ସମୁଦ୍ରରେ ନହେଲେ ନାହିଁ ମନ ଜୁଆରରେ

ଭଟ୍ଟା ପଡିବାରେ ଅନ୍ଧାର ସୁଯୋଗରେ

ଚନ୍ଦ୍ରମାକୁ ଖୋଜୁଥାଏ କବି ଆଖି

ସଜ୍ଜଳ କଜ୍ଜ୍ୱଳଧାରେ

ଆଖିପତା ଓ କଜ୍ଜ୍ୱଳ ମିଶି ବିକ୍ଷିପ୍ତ ଅନ୍ଧାର।


Rate this content
Log in

Similar oriya poem from Fantasy