Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

4  

Bijay Prusty

Drama

ଅନ୍ଧାର ମୁଠାଏ ଦିଅ

ଅନ୍ଧାର ମୁଠାଏ ଦିଅ

1 min
345



ମନ କରିଥିଲି ସାରା ଜୀବନ ମୁଁ

ଚାଲିବି ତୁମର ସାଥେ

ତୁମ ପାଦେ ପାଦ ମିଶାଉଥିବି ମୁଁ

ହାତ ରଖିଥିବି ହାତେ I


ଧୃବତାରା ହୋଇ ଝଟକିବ ତୁମେ

ବାଟ ମୋତେ ଦେଖାଇବ

ପାନ୍ଥଶାଳା ହୋଇ ଆଶ୍ରୟ ଯାଚିବ

କ୍ଳାନ୍ତି ମୋର ମେଣ୍ଟାଇବ I


ନ ଉଇଁବ ଯଦି ନ ଉଅଁ ଲୋ ସଖୀ

ମୋ ଆକାଶେ ହୋଇ ଜହ୍ନ

ଦେବାପାଇଁ ଯଦି ଇଚ୍ଛା କରୁନାହଁ

ଦିଅନାହିଁ ତୁମ ମନ I


ବର୍ଷା ହୋଇ ଯଦି ବରଷିବ ନାହିଁ

ଭିଜାଇବ ନାହିଁ ମୋତେ

ଧୋଇ ନିଅନାହିଁ ଲୁହକୁ ମୋହର

ପୋଛି ଦିଅନାହିଁ ହାତେ I


ନଦେଲେ ନଦିଅ ଆଲୁଅ ଟିିକିଏ

ଅନ୍ଧାର ମୁଠାଏ ଦିଅ

ସେ ଅନ୍ଧାରେ ସଖୀ ଲୁଚିବ ମୋ ଆଖି

ଦିଶିବନି ତୁମ ମୁହଁ I


ନଦେଖିଲେ ନାହିଁ ମୁହଁକୁ ତୁମର

ତୁମ ମନକଥା ଭାବି

ଅନ୍ଧାର ରାତିରେ ଲେଖିବି କବିତା

ଆଙ୍କିବି ତୁମର ଛବି I

      


Rate this content
Log in