STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଅନ୍ଧ,ମୁକ ବଧିର ମୁଁ

ଅନ୍ଧ,ମୁକ ବଧିର ମୁଁ

1 min
286

ବୋଉ ଲୋ

ଭାରି ଇଛା ହୁଏ 

ଶୁଣିବାକୁ ପକ୍ଷୀର କାକୋଳି

ସଙ୍ଗୀତର ମଧୁର ମୂର୍ଚ୍ଛନା

ଗୀତର ସୁର

ମନ୍ଦିର ଘଣ୍ଟ ଓ ଭଜନ।


ଭାରି ଇଚ୍ଛା ହୁଏ 

ଶୁଣିବାକୁ

ତୋ ଡାକ

ତୁ କେମିତି

କେତେ ଆବେଗରେ

ଗେହ୍ଲାରେ

ଡାକୁଛୁ ମୋ ଧନ 

ମୋ ରାଜା

ଏବଂ ମୋ ନାଁ।


ଭାରି ଇଚ୍ଛା

ଶୁଣିବାକୁ

ତୋ ବାତ୍ସଲ୍ୟ ମମତା

କେଉଁ ଭାଷା ରୂପ ନେଇ ବୋହୁଛି

କାନ୍ଦ ସ୍ୱର କେମିତି

ଚିପୁଡି ଦିଏ ହୃଦୟ

ଗାଳି କେମିତି କ୍ଷତାକ୍ତ କରେ ମନ

ଶୁଣି ମୁଁ ପାରୁନି 

ତୋ ହୃଦୟ

ଅଗନା ଅଗନି ବନର

ମିଠା ମିଠା ଭାଷା।


ଭାରି ଇଛା ହୁଏ

ଦେଖିବାକୁ ସୁନ୍ଦର ପୃଥୁବୀ ସୁଷମା

ନଈ, ପାହାଡ଼,ପର୍ବତ

ସେ ହଟିଆ କାଳିଆ ମୁହଁ

ଯେ କରିଛି ମୋତେ ଏମିତି

ବେଶୀ ଲୋଭ

ଦେଖିବାକୁ ବିଶ୍ୱ ରେ ମୋ ପାଇଁ

ସବୁଠୁ ସୁନ୍ଦର ତୋ ମୁହଁ।


ଭାରି ଇଛା ହୁଏ

ଗୀତ ବୋଲିବାକୁ

ବହି ପଢ଼ିବାକୁ

ତ ଗେହ୍ଲେଇ 'ବାପା ,ବୋଉ ' ଡାକିବାକୁ।


ନା ଏଥିରୁ କେଉଁଟା କରି ପାରେନି ମୁଁ

ଅନ୍ଧ ,ମୁକ ଓ ବଧିର ଟିଏ 

ତୋ ସୃଷ୍ଟି ମୁଁ ବୋଉ

ଜାଣେ ନାହିଁ କେତେ ମୁଁ ସମର୍ଥ

କେତେ ଅସମର୍ଥ

ହେଉ ପଛେ ମୋ ପାଇଁ 

ନିଃଶବ୍ଦ

ରଂଗହୀନ

ନିର୍ବାକ ଦୁନିଆଁ

ଅନ୍ଧାର ମୟ ଦୁନିଆଁ

ତଥାପି

ହେବି ମୁହିଁ ଆଉ ଜଣେ 

ହେଲେନ କେଲର।


ମୋତେ ସୁଯୋଗ ଦେ ବୋଉ

ଉଡାଇ ଶିଖା

ମୁଁ ପାରିବି

ନିଶ୍ଚିତ କିଛି କରି

ମୋ ମନେ ଅଛି ଏତିକି ବିଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational