STORYMIRROR

Bijay Prusty

Abstract

3  

Bijay Prusty

Abstract

ଅନ୍ଧ ଈଶ୍ୱର

ଅନ୍ଧ ଈଶ୍ୱର

1 min
256


କେଉଁଥି ପାଇଁକି ଭେଦଭାବ ଏତେ

ତିଆରିଲ ଭଗବାନ

ଜଣକୁ କରିଲ ଏତେବଡ କିଆଁ

ମୋତେକଲ ଏତେ ହୀନ I

ସୃଷ୍ଟିକର୍ତ୍ତା ତୁମ ଧର୍ମର ନିକିତି

ତଉଲେ ତ ବଡ ସାନ

ମୁଁ କଣ ଏତେଯେ ପାପ କରିଅଛି

ସେଥିପାଇଁ ହୀନିମାନ I

କୁହ ମୋତେ କୁହ ଭଗବାନ ତୁମେ

ଜବାବ ମାଗୁଛି ଆଜି

ଆମେ କେତେଜଣ କଷ୍ଟ ଭୋଗୁଅଛୁ

ସୁଖ ଭୋଗୁଛନ୍ତି ପାଜି I

ତୁମ ଦରବାରେ ଭେଦ ଭାବ ନାହିଁ

କୁହେ ଧର୍ମଧ୍ୱଜା ଧାରୀ

ସିଏ କିନ୍ତୁ ଠକି ହାତେଇ ନେଉଛି

ଯେତେସବୁ ସୁଖଶିରୀ I

କାହିଁକି ଏମିତି ଚାଲେ ଭଗବାନ

ତୁମେ କି ପାରୁନ ଦେଖି

ସବୁ ଦେଖି ଯଦି ଅଦେଖା ରହୁଛ

ବନ୍ଦ କରିଦିଅ ଆଖି I

ଏତେ ଯେ ଅନ୍ୟାୟ କେତେଦିନ ଆଉ

ସହିବାକୁ ହେବ କୁହ

ନକହିବ ଯଦି ଠକ ତାଲିକାରେ 

ନିଜ ନାମ ଯୋଡିଦିଅ I

        


Rate this content
Log in

Similar oriya poem from Abstract