STORYMIRROR

Jyotiranjan Acharya

Abstract Inspirational

2  

Jyotiranjan Acharya

Abstract Inspirational

ଅନ୍ବେଷଣର ଅବସାନ

ଅନ୍ବେଷଣର ଅବସାନ

1 min
147

ଖୋଜୁ ଖୋଜୁ ତାକୁ ଫୁଲରେ ଫୁଲରେ 

କେତେ ଉପବନ ବୁଲିଛି,

ବାସରେ ହଜିଛି, ରଙ୍ଗରେ ମଜ୍ଜିଛି 

କଣ୍ଟକ ଆଘାତ ପାଇଛି।

ରଙ୍ଗ, ବାସ ଅବା ଯନ୍ତ୍ରଣା ମଧ୍ୟେ

ଦିଗ, ବାଟ ସବୁ ଭୁଲିଛି,

ସ୍ମିତ ହାସ୍ୟ ହସି ଏବେ ସିଏ କହେ

"ମୁଁ ତୋ ଭିତରେ ଲୁଚିଛି"।

ପଥଶ୍ରାନ୍ତ ମୋର ଉପଶମ ହେଲା

ମିଳିଗଲା ମୋତେ ଲକ୍ଷ୍ୟ,

ପାନ୍ଥଶାଳାର କାନ୍ଥରେ ଲେଖା

ସୂତ୍ର ପାଇବାର ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract