STORYMIRROR

SARATA KUMAR DAS

Inspirational Romance

2  

SARATA KUMAR DAS

Inspirational Romance

ଅନ୍ବେଷଣ

ଅନ୍ବେଷଣ

1 min
13.7K


ଶୂନ୍ୟତାର ପଥେ ଖୋଜେ ମୁଁ ପୂର୍ଣ୍ଣତା

ଶାମୁକା ରେ ଖୋଜେ ମୁକ୍ତା

ପୂଣ୍ୟ ନଦୀ ତୀରେ ପାପ ଅଭିସାର

ଯାହ ଖାଲି ନୀରବତା ।।


ସାଗର ସୈକତେ ଖୋଜେ ପାଦ ଚିହ୍ନ

ସ୍ମୃତି ନଇଁ ନଇଁ ଆସେ

ହଜିଲା ଅତୀତ ହାତ ଠାରି ଡାକେ

ଦିନ ମହମହ ବାସେ ।।


ଢେଉ ସାଥେ ଖେଳେ ନୁଆ ନୁଆ ଖେଳ

ବାଲୁକାରେ ତୋଳେ ଘର

ସେହି ବାଲିଘର ଭାଙ୍ଗଇ ଅଚିରେ

ତରଙ୍ଗ ହେଲେ ପ୍ରଖର ।।


ଜୀଇଁବା ମରିବା ଏକ ଓ ଅଭିନ୍ନ

ଯାତନା ର ଜଉଘରେ

ନିଜ ଶବ ବୋହି ଚାଲେ ମୁଁ କାନ୍ଧରେ

ହେଉ ପଛେ ଅଦୃଶ୍ୟ ରେ ।।


ଅଜଣା ପଥିକ ଭଗ୍ନ ପାନ୍ଥଶାଳା

ପଥ ହଜି ହଜି ଯାଏ

ସମ୍ପର୍କର ସ୍ବର ବେସୁରା ମହ୍ଲାର

ପରିଚୟ ଲିଭିଯାଏ ।।


ଚିହ୍ନା ମୁହଁ ଲାଗେ ଅଚିହ୍ନା ଅଚିହ୍ନା

ଅଚିହ୍ନା ରେ ପଦ୍ମ ଫୁଟେ

କେତେ ଆତ୍ମୀୟତା ଫିକା ଫିକା ଲାଗେ

କଣ୍ଟା ଫୁଟେ ଚଲା ବାଟେ ।।


କୋଳାହଳ ମଧ୍ୟେ ପୁଣି ନିଃସଙ୍ଗତା

ଜୀବନର ରଂଗ ଲିଭେ

ଦୂର ଚକ୍ରବାଳେ ବିଭାବସୁ ଧୀରେ

ବିଭାବରୀ କୋଳେ ହଜେ ।।


ଜୌସ୍ନା ବିଧଉତ ରୂପେଲୀ ଅମ୍ବର

ତମିସ୍ରାରେ ଭିଜୁଥାଏ

ପାହିବାକୁ ରାତି କେତେ ଘଡି ବାକି

ନିଜକୁ ପଚାରୁ ଥାଏ ।।


ଲୁହ କେତେବୁନ୍ଦା ବହି ଯାଏ ଯାହା

ମାଟି ହୋଇଯାଏ ସିକ୍ତ

ସେ ମାଟିର ବାସ୍ନା ଅନେକ ଯନ୍ତ୍ରଣା

ଲାଗେ ଯାହା ଅଭିଶପ୍ତ ।।


ଅଦିନ ଝଡରେ ପତ୍ର ଝଡି ପଡେ

ଦୀପ ଲିଭି ଲିଭି ଯାଏ

ମାୟା ମରୀଚିକା ଆବେଗ ସ୍ପନ୍ଦନ

ଦୃଶ୍ୟ ରୁ ଅଦୃଶ୍ୟ ହୁଏ ।।


ଅମୂଲ ମୂଲ ଯେ ସରଳ ହୃଦୟ

ମମତା ବନ୍ଧନରାଜି

ପ୍ରୀତି ସୌଦାଗର ପ୍ରୀତି ରେ ମୁଁ ବନ୍ଧା

ପ୍ରୀତି ଅନ୍ବେଷଣେ ଆଜି ।।

----------------------------------

ଶରତ କୁମାର ଦାସ

ଅଧ୍ୟାପକ,ବଡବିଲ ମହାବିଦ୍ୟାଳୟ,ବଡବିଲ

କେନ୍ଦୁଝର।

ଦୁରଭାଷ-9438243149

e-mail:sarata.das69@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational