STORYMIRROR

Lecturer Soumyaranjan Hota

Tragedy

3  

Lecturer Soumyaranjan Hota

Tragedy

ଅନାଥ ର ଅନ୍ତଶ୍ୱର

ଅନାଥ ର ଅନ୍ତଶ୍ୱର

1 min
601


ରଙ୍ଗହିନ ଜୀବନ ସଂଘର୍ଷ ଭିତରେ

ରଙ୍ଗଲି ଅବା କେଉଁଠୁ ଆସିବ?

କିଏ ଭରିବ ସେ ରଙ୍ଗଲି!

କିଏ ରଙ୍ଗୀନ କରିବ ମାେ ସ୍ବପ୍ନ?

ଅସରନ୍ତି ସ୍ବପ୍ନ ଗୁଡାକ ଠେଲି ହେଉଛି

ଆଉ ଟିକିଏ ପରେ

ତାହାବି ମିଲେଇଯାଉଛି

ଅବା ଧୋଇହୋଇ ଚାଲିଯାଉଛି

ନଳ ର ଶେଷ ବୁନ୍ଦାଗୁଡିକ ଦେଇ

କେବଳ ଅନ୍ୟର ବାସନ ମଜା ଭିତରେ

ତାହେଲେ ମୁଁ କଣ ହାରିଯିବି?

ନା! ହାର୍ ମାନିଯିବି?

ଆଉ ଫୋପାଡି ଦେବି

ସେ ବହିବସ୍ତାନି ଗୁଡ଼ିକୁ!

ସାଥେ ସବୁ ସ୍ଵପ୍ନ ସହ

ସାଥି ସହଦର ଙ୍କ ଉପହାସ

ହୃଦୟରେ ଜାବୁଡ଼ି

କଣ ଏମିତି?

ଖାଲି ଏମିତି ଦେଖୁଥିବି

ଉଡ଼ିବା ସ୍ବପ୍ନ?

ନା! ମୁଁ ସ୍ବପ୍ନ ଦେଖିବା ପାପ?

କଣ ମୁଁ ଆକାଶ ର ଛୁଆଁ

ଆଉ ପାଇପାରିବିନି?

କେତେ କଣ ସ୍ବପ୍ନ ଗୁନ୍ଥି ସାରିଥିଲି


ଅବସୋସ୍ !

ପରିସ୍ଥିତି ସେଗୁଡ଼ିକୁ ହତ୍ୟା କରୁଛି

ପ୍ରତିଟି ମୁହୂର୍ତ୍ତ ଭିତରେ

ବିନାଦ୍ଵିଧା ସହ

ଆଉ କହୁଛି

ସାଥି ସହଦର

ତୁମେ ପାଠ ପଢି

ଆକାଶ କୁ ରଙ୍ଗେଇ ନିଅ

ମୁଁ କଣ ସେସବୁ ପାରିବି?


© ଅଧ୍ୟାପକ ସୌମ୍ୟରଞ୍ଜନ ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy